ବିଇଓ ଅଫିସ ଘେରିଲେ ଅଭିଭାବକକିଛି ସମୟ ପରେ ମିଳିଲା ପ୍ରତିଶ୍ରୁତି ।

ଗଞ୍ଜାମ : ୧୦.୦୨.୨୫

(ମିଥୁନ ବାରିକ୍)

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ପ୍ରତ୍ୟାହାର ଦାବି ଜୋର ଧରିଛି। ଶିକ୍ଷକଙ୍କ ବଦଳିକୁ ବିରୋଧ କରି ପ୍ରଥମେ ଛାତ୍ରୀଛାତ୍ର ଓ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ସୋମବାର ଅଭିଭାବକମାନେ ବିଇଓ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଇଓ ଦାୟିତ୍ୱରେ ଥିବା ସୁଚିତ୍ରା ପାଣିଗ୍ରାହୀ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପ୍ରକାଶ ଯେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବା ବେଳେ ୩ ଜଣ ଶିକ୍ଷକ ନିଯୁକ୍ତି ଥିଲେ। ପରିଚାଳନା କମିଟି ବାରମ୍ବାର ଦାବି କରିବା ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅନ୍ୟପଟେ ପ୍ରଧାନ ଶିକ୍ଷକ ୬ ମାସ ପରେ ଅବସର ନେବେ। ତେଣୁ ପିଲାମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି କରିଛନ୍ତି। ବିଇଓଙ୍କ ସହ ଆଲୋଚନା ବେଳେ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ବୃନ୍ଦାବନ ପ୍ରଧାନ, ଧନୁ ସାହୁ, ଅଜୟ ପ୍ରଧାନ, ପିଣ୍ଟୁ ସାହୁ, ଶଙ୍କର ପରିଡା, ବିଷ୍ଣୁ ସାହୁ, ଗଙ୍ଗା ସ୍ବାଇଁ, ସଞ୍ଜୟ ସାହୁ, କାଳିଆ ପ୍ରଧାନ, ବଳି ତରାଇ, କାଳିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *