ଦୀର୍ଘ ଦିନ ଧରି କଟକ ସିଡିଏ ବିଜୁପଟ୍ଟନାୟକ ପାର୍କ ଖୋଲା ନ ହେବା ପ୍ରତିବାଦରେ ଗଣ ଧାରଣା

Cuttack :: ୫/୨/୨୫ : ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ସିଡିଏ ଠାରେ, ବିଜୁ ପଟ୍ଟନାୟକ ଓ୍ବାର୍ଲକରସ କ୍ଲବ୍ ଏବଂ ମର୍କତ ନଗର ସମନ୍ୱୟ ସମିତିର ମିଳିତ ଆହ୍ଵାନ କ୍ରମେ ପାର୍କ ସାମ୍ନାରେ ଧାରଣା ଦିଆଯାଇଥିଲା। ଏଥିରେ ପ୍ରାୟ ୧୨୦ ଜଣ ନାଗରିକ ଅଂଶ ଗ୍ରହଣ କରିଥିଲେ। ଏଥିରେ ତିନିଟି ପ୍ରମୁଖ ଉପସ୍ଥାପନା କରାଯାଇଥିଲା।ବିଜୁ ପଟ୍ଟନାୟକ ପାର୍କ ଶିଘ୍ର ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରିବା ସହିତ ଦ୍ବିତୀୟ ଦାବି ପେଟା ନାଳର କାମ ଶୀଘ୍ର ସାରିବା ଏବଂ ସିଡିଏ ଜମି ଫ୍ରୀ ହୋଲଡ କରିବା ସହିତ ସନ୍ଧ୍ୟା ସମୟରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବା ଜରୁରୀ ବୋଲି ଏହି ସବୁ ଦାବୀ ଗୁଡିକ ନେଇ ପ୍ରାୟତଃ, ଦୀର୍ଘ ସମୟଧରି ଗଣ ଧାରଣା ଦିଆଯାଇଥିଲା। ସିଡିଏ ଏବଂ ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଧାରଣାରେ ପ୍ରଫେସର ଜ୍ଞାନ ଶର୍ମା, ପ୍ରଫେସର ନିରଞ୍ଜନ ବାରିକ, ଡକ୍ଟର ପ୍ରଦିପ୍ତ କୁମାର ନନ୍ଦ, ପ୍ରଫେସର ପ୍ରତାପ ହରିଚନ୍ଦନ, ପବିତ୍ର ମହାନ୍ତି,ଗଉତମ ପଣ୍ଡା,ଗିରିବାଳା ବେହେରା,ପ୍ରୋଦସ ଦାସ, ଅଶ୍ୱିନୀ କୁମାର ମହାନ୍ତି, ନୃସିଂହ ଚରଣ ସାମଲଙ୍କ ସହିତ ଅନେକ ବୁଦ୍ଧି ଜୀଵୀ ଓ ସ୍ଥାନୀୟ ଅଂଚଳର ବାସିନ୍ଦା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *