ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର

ଚଣ୍ଡିଖୋଲ :: ୫/୨(କ ବ୍ୟୁ) :::ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ପକ୍ଷରୁ ବିକଶିତ ଭାରତ @୨୦୪୭ ରୋଲ୍ ଅଫ enterpenure sustainble ଡେଭ୍ ଲପ୍ ମେଣ୍ଟ ରୋଲ୍ ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଡକ୍ଟର ଭାଗ୍ୟଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ଆଲୋଚନା ଚକ୍ର କୁ ଉଦ୍ଘାଟନ କରି ବିକଶିତ ଭାରତ @୨୦୪୭ଉପରେ ବିଶଦ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଜାତୀୟ ସେବା ଯୋଜନା ସଂଯୋଜକ ଵ୍ୟୁରୋ ଉଚ୍ଚ ମାଧ୍ୟମିକ ଶିକ୍ଷା କେନ୍ଦ୍ର ଭୁନେଶ୍ଵରର  ଡକ୍ଟର ବିଶ୍ୱ ମୋହନ ଜେନା ଯୋଗଦେଇ ବିକଶିତ ଭାରତ @୨୦୪୭, ରୋଲ୍ ଅଫ ଏଣ୍ଟର୍ପ୍ରୀଇନ୍ନର୍ସ ଇନ୍ ସଷ୍ଟେନେବୁଲ ରୋଲ୍ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅଧ୍ୟାପିକା ଶୁଭଶ୍ରୀ ସାହୁ ବିଷୟ ସମ୍ବନ୍ଧରେ ସନ୍ଦର୍ଭ ପାଠ କରିଥିଲେ।+୩ଶେଷ ବର୍ଷ ଛାତ୍ର ମହମ୍ମଦ ଗୁଲଜାର ଓ+୩ଶେଷ ବର୍ଷ ଛାତ୍ରୀ ରଶ୍ମିତା ଦାସ ପ୍ରମୁଖ ସ୍ବରଚିତ ସନ୍ଦର୍ଭ ପାଠ କରିଥିଲେ । ଶେଷରେ ଅଧ୍ୟାପକ ସତ୍ୟ ପ୍ରକାଶ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପକ ଡକ୍ଟର ସାମୁଏଲ୍ ଲିମା,ଡକ୍ଟର ହରି ନାରାୟନ ସାହୁ, କିଶୋର କୁମାର ସାହୁ ଡକ୍ଟର ଦୀପକ୍ କୁମାର ମିଶ୍ର ସମେତ କଲେଜ୍ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଆଲୋଚନା ଚକ୍ର ରେ ଉପସ୍ଥିତ ଥିଲେ।।

Leave a Reply

Your email address will not be published. Required fields are marked *