ତମେ ଚାଲି ଗଲା ପରେ

ସଭିଙ୍କ ପାଇଁ ତୁଠ ପଥର ଟି
ପୋଖରୀ କୂଳରେ ପଡି ଅଛି
କେତେ ଯେ ଆସନ୍ତି ଗୋଡ ବି ଘସନ୍ତି
କେହି ବୁଝନ୍ତିନି ମୋତେ ଥରେ
ତମେ ଚାଲିଗଲା ପରେ ———
,ସମସ୍ତ ଙ୍କ ପାଇଁ ବୋଝ ବୋହି ବୋହି
ହାଲିଆ ମୁଁ ହୋଇ ଗଲିଣି
ଝଡ ବତାସ ରେ ଉଡ଼ି ପାରୁନି ମୁଁ
ପଡ଼ି ଅଛି ଗୋଟେ କୋଣ ଧରେ
ତମେ ଚାଲିଗଲା ପରେ ———
ଗ୍ରିଷମ ବରଷା କି ଶୀତ କାକର
ମୋ ପାଇଁ ଫରକ ପଡୁ ନହିଁ
କାହାରି ମନରେ ମୋ ପାଇଁ ଟିକେ
ସ୍ନେହ ଶ୍ରଦ୍ଧା ନାହିଁ ସତରେ
ତମେ ଚାଲିଗଲା ପରେ ——-
ବଦଳି ଯାଇଛି ଜୀବନ ସଇଳୀ
ବିଶର୍ନ ବଦନେ ହସ ନାହିଁ
ତଥାପି ବଞ୍ଚିଛି ଲୁହ ଲହୁ ପିଇ
ଥିବା ଯାଏ ଶେଷ ନିଃଶ୍ୱାସ ରେ
ତମେ ଚାଲିଗଲା ପରେ ——-
ଦାୟିତ୍ଵ କର୍ତ୍ତବ୍ୟ ବୋଝକୁ ମୁଣ୍ଡାଇ
ଚାଲିଛି ଜୀବନ ରାସ୍ତା ରେ
କହିବି କାହାକୁ ଶୁଣିବ କିଏ
ସମୟ ନାହିଁ କାହା ପାଖରେ
ତମେ ଚାଲିଗଲା ପରେ —-

NIrupama Swain , Baripada .

Leave a Reply

Your email address will not be published. Required fields are marked *