ଗାଁ ମଶାଣୀ

ତୋ କୋଳକୁ ଯିବା ପାଇଁ
ସମସ୍ତେ ଡରନ୍ତି
କାଳେ ଖାଇ ଯିବ ଡାଆଣୀ
ମୋତେ କେବେ ନେବୁ
କହି ଦେ ଆଜି
ନେବି ମୁଁ ସଂସାରୁ ମେଲାଣୀ
ତୁ ଆମ ଗାଁ ମଶାଣୀ ———
ସଂସାର ଜଞ୍ଜାଳେ ଘାଣ୍ଟି ହୋଇ ହୋଇ
ଅଣନିଶ୍ୱାସି ମୁଁ ହେଲିଣି
ତୋର ଡାକରା କୁ କାନେଇ ବସିଛି
ବଜେଇ ଦେ ତୋର ବାଜେଣି
ତୁ ଆମ ଗାଁ ମଶାଣୀ ———
ଚିର ନିଦ୍ରାରେ ଶୋଇଛନ୍ତି ସେ
ଉଠାଇବି ଟାଣି ଟାଣି
ଲୁଚକାଳୀ ଖେଳେ ତୁମେ ଜିତିଗଲ
ଆଖି ଥାଇ ବି ମୁଁ ଆଜି ଅନ୍ଧୁଣୀ
ତୁ ଆମ ଗାଁ ମଶାଣୀ ———-
ଧନୀ ଗରୀବର ବାଛବିଚାର
ସମ ଭାବେ ଦେଲୁ କରି
ନ୍ୟାୟ ର ନୀକିତି ଧରି ତୁ ବସିଛୁ
ହିସାବ କରୁଛୁ ଗଣି
ତୁ ଆମ ଗାଁ ମଶାଣୀ ———
ଶାନ୍ତି ର ନିଦ ଆସେ ତୋ କୋଳରେ
କେବେ ନେବୁ ମୋତେ ଟାଣି
ଚିର ନିଦ୍ରାରେ ଶୋଇ ଯିବା ପାଇଁ
ଚିତ୍ତ ଚଞ୍ଚଳ ହେଲାଣି
ତୁ ଆମ ଗାଁ ମଶାଣୀ
ତୁ ଆମ ଗାଁ ମଶାଣୀ ——-

Nirupama Swain

Baripada

Leave a Reply

Your email address will not be published. Required fields are marked *