ଉତ୍କର୍ଷ ଓଡ଼ିଶା

ଉତ୍କର୍ଷ ଓଡ଼ିଶା ପ୍ରଶଂସା ଭାରତ
ଓଡ଼ିଶା ରାଜ୍ୟ ବିଦେଶ
ଅମୂଲ୍ୟ ସଂପଦ ଭରାଯେ ଓଡ଼ିଶା
ବାଣିଜ୍ୟ ଶିଳ୍ପ ପ୍ରବେଶ।
ରାଜ୍ୟର ଉନ୍ନତି ଦେଶର ପ୍ରଗତି
ଅର୍ଥରେ ଭାରତ ପାଞ୍ଚ
ବିଶ୍ବ ବାଣିଜ୍ୟରେ ଭାରତ ସୁନାମ
ସବୁଠି ବଢୁଛି ଛାଞ୍ଚ।
ଓଡ଼ିଶା ଖଣିଜ ସଂପଦ ରହିଛି
ନିଯୁକ୍ତି ମହାବିଜ୍ଞାନ
କଉଶଳ ଶିକ୍ଷା ପ୍ରୟୋଗରେ ଗଢ଼ା
ଶିଳ୍ପ କାରଖାନା ମାନ।
ସମୃଦ୍ଧି ଓଡିଶା ଦୃଢର ଓଡ଼ିଶା
କିଏ ନୁହେଁ ସେ ବେକାର
ଶିକ୍ଷାର ପ୍ରସାର ସରବେ ପାଇବେ
ନିଯୁକ୍ତି ସତ ଖବର।
ମୋ ଓଡ଼ିଶା ଜନ ଆସିଛି ଆହ୍ବାନ
ଦରବର ବିନିଯୋଗ
ମିଳିମିଶି ସର୍ବେ ଏକତା ସ୍ବରରେ
ଗଢ଼ିବାରେ ସହଭାଗ।

ମାନଗୋବିନ୍ଦ ସ୍ବାଇଁ

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *