
ଚଣ୍ଡିଖୋଲ ୨୫/୧(କବ୍ୟୁ) ବାବା ଭୈରବlନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାହ୍ୟ କାର୍ଯ୍ୟକ୍ରମ ବିଭାଗ ଆନୁକୂଲ୍ୟରେ ଆୟୋଜିତ “ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ” ଉପରେ ସ୍ୱତନ୍ତ୍ର ଅଧିବେଶନ ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l
ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପ୍ରସନ୍ନ କୁମାର ମହାପାତ୍ର ସ୍ୱତନ୍ତ୍ର ବକ୍ତା ଭାବରେ ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ମଥୁରୀ ବେହେରା, ଇତିହାସ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସଲିଳ ରାଜନନ୍ଦନ ମହାନ୍ତି ପ୍ରମୁଖ ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ l ଅଧିବେଶନ ଆରମ୍ଭ ରେ ନେତାଜୀ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏକ ଦେଶାତ୍ମବୋଧ ଗୀତ ପରିବେଷଣ କରାଯାଇଥିଲା ଶତାଧିକ ଛାତ୍ରଛାତ୍ରୀ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥାଇ ଅନେକ ନେତାଜୀଙ୍କ ଉପରେ ସେମାନଙ୍କର ବକ୍ତବ୍ୟ ରଖିଥିଲେ
ଓଡିଆ ବିଭାଗ ର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିଜୟ କେତନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୁରାତନ ଛାତ୍ରୀ ଜ୍ୟୋତିର୍ମୟୀ ଧନ୍ୟବାଦ ଅର୍ପଣ କରିଥିଲେ l