ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ପକ୍ଷରୁ ଆଲୋଚନା ଚକ୍ର 

:ଚଣ୍ଡିଖୋଲ : (କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ପକ୍ଷରୁ “ପ୍ରଶିକ୍ଷଣ ପରିସ୍ଥିତିରେ କୂତ୍ରିମ ବୁଦ୍ଧି(ଏ,ଆଇ) ର ଭୂମିକା ଓ ଦାୟିତ୍ୱ ର ପୁନଃ ନିର୍ଦ୍ଧାରଣ” ଶୀର୍ଷକ ଆଲୋଚନlଚକ୍ର ଅନୁଷ୍ଟିତ ହୋଇଯାଉଛି। ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ନିରୁପମା ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର୍ ପବିତ୍ର ମୋହନ ମାହାଲା ଯୋଗଦେଇ ମଣିଷର ବୁଦ୍ଧି ମଣିଷର ମସ୍ତିଷ୍କ ସହିତ ଯୋଡ଼ି ହୋଇ ରହିଥାଏ। କୂତ୍ରିମ ବୁଦ୍ଧି ଏପରି ଏକ ପ୍ରଣାଳୀ ଯାହା କିଛି କାର୍ଯ୍ୟକୁ ନକଲ କରିବା ସହିତ ଏହାକୁ ଉତ୍ତମ ପ୍ରଦର୍ଶନ କରିବାକୁ କମ୍ପୁଟର ବ୍ୟବହାର କରାଯାଇ ସହଜ ଓ ସରଳ ଭାବରେ ପ୍ରଦର୍ଶନ କରାଯାଇଥାଏ ବୋଲି କହିବା ସହିତ ମାନବିକ ବୁଦ୍ଧି ଓ କୃତ୍ରିମ ବୁଦ୍ଧି ଉପରେ ବିଶେଷ ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଉଦୟନାଥ ସୋୟଂ ଶାସିତ ମହାବିଦ୍ୟାଳୟ ଅଡ଼ସପୁର ସ୍ନାତ୍ତୋକତର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ମିଲି ଭୂୟାଁ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କୃତ୍ରିମ ବୁଦ୍ଧି ର ଗୁରୁତ୍ଵ ଉପରେ ବିସ୍ତୃତ ଭାବେ ଲୋଚନl କରିବା ସହିତ ଛାତ୍ର ଛାତ୍ରୀ ମାନେ ଏହାକୁ ସଦୁପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପିକା ଶ୍ରାବଣୀ କନ୍ୟା ସ୍ୱାଗତିକା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷା ବିଭାଗର ଦୁଇ ଛାତ୍ରୀ ରଶ୍ମିତା ନାୟକ ଓ ସୃଷ୍ଟି ଶୋଭନl ବାରିକ୍ ସମେତ ଅନେକ ଛାତ୍ର ଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ ସମେତ ଅନ୍ୟ ବିଭଗର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ହେମଲତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *