

ପାରାଦୀପ : 25/1 : – ପାରାଦୀପ ମହାବିଦ୍ୟାଳୟ ର ୫0 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆସନ୍ତା ଫେବୃଆରୀ ମାସ ୭, ୮ ଓ ୯ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଅବସରରେ ପାରାଦ୍ଵୀପ ର ଜଣେ ଶିଶୁ କଳାକାର ସାଇତ୍ରିଷ୍ଣା ଙ୍କ କମାଲ ପ୍ରମୋସନ କଲେ ଚଳଚିତ୍ର ଆଞେଲ l ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ,ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସ୍ଥାନୀୟ ଓ ରାଜ୍ୟ ବାହାର ର ନାମୀ କଳାକାର ମାନେ ସେମାନଙ୍କ ସାଂସ୍କୃତିକ ଓ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିବେ l ତେବେ ଏହି ତିନିଦିନ ବ୍ୟାପି କାର୍ଯ୍ୟକ୍ରମ କୁ ସରସ, ସୁନ୍ଦର ଓ ସଫଳ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ମହାବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଆଲୁମୁନି ଆସୋସିଏସନ ର ସଭାପତି ବସନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଲୁମିନି ଆସୋସିଏସନ ର ସାଧାରଣ ସମ୍ପାଦକ ଗୌତମ କୁମାର ନାୟକ, ଉପସଭାପତି ସୁଶାନ୍ତ ଶେଖର ସ୍ୱାଇଁ, ସଂଯୋଜକ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର ଙ୍କ ସମେତ ଶତାଧିକ ପ୍ରାକ୍ତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ମହୋତ୍ସବ ର ସଫଳତା ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ବହୁ ସଂଖ୍ୟାରେ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି l ତେବେ ଏହି ପ୍ରସ୍ତୁତି ବୈଠକ ଅବସରରେ ଆସନ୍ତା ଜାନୁଆରୀ ମାସ ୩୧ ତାରିଖରେ ମୁକ୍ତିଲାଭ ହେବାକୁ ଯାଉଥିବା ଓଡ଼ିଆ ଚଳଚିତ୍ର ଆଞ୍ଜେଲ ର ଶିଶୁ କଳାକାର ତଥା ପାରାଦୀପ ଅଞ୍ଚଳର ଝିଅ ସାଇତ୍ରିଷ୍ଣା ସାହାଣୀ ଏହାର ପ୍ରମୋସନ କରିବେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍