ମାଳିକା ବଚନ ହୋଇବ ସତ୍ୟ, ଉଦୟ ବଟ ଧାମରେ ଉଡ଼ିବ ନେତ l

ପାରାଦୀପ: 25/1 : ବହୁ ପୁରାତନ ଯୁଗରୁ ମହାପ୍ରଭୁ ଅଛୁତା ନନ୍ଦ ମାଳିକା ରେ ବର୍ଣ୍ଣିତ ଅଛି ପାରାଦୀପ ନିକଟ ଉଦୟବଟ ଧାମ ହୋଇବ ଶ୍ରୀ କ୍ଷେତ୍ର ଧାମ l ଝଙ୍କଡ଼ ବାସିନୀ ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ସୋପ୍ନା ଦେଶ ଅନୁଯାୟୀ ପାରାଦୀପ ଉଦୟବଟ ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ କଳି ଯୁଗରେ କଳଙ୍କି ଅବତାର ହୋଇ ଲୀଳା ଖେଳ କରିବେ ଓ ମେଳେଚ୍ଛ ସଂହlରଣ କରିବେ l ତାହା ଏବେ ସତ୍ୟରେ ପରିଣତ ହବାକୁ ଯାଉଥିବା ବେଳେ ମହା ପୁରୁଷ ରାଜୀବ ଲୋଚନ ଦାସ, ବାବା ଶ୍ରୀ ଶ୍ରବେସୋର୍ ଦାସ ମହା ପ୍ରଭୁ ଜଗନ୍ନାଥଙ୍କ ସ୍ଥାୟୀ ମନ୍ଦିର ନିର୍ମାଣ ଶୁଭାରମ୍ଭ କରିଥିଲେ ଯାହା ସତ୍ୟରେ ପରିଣତ ହେବାକୁ ଯାଇଛି l ପାରାଦୀପ ନିକଟ ସେହି ଉଦୟବଟ ଧାମରେ ମହା ପ୍ରଭୁ ଜଗତର ନାଥ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଆସନ୍ତା ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଇଛି l ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଆସନ୍ତା ଫ୍ରେବ୍ରୁଆରି ଏକ ତାରିଖ ଠାରୁ ଫ୍ରେବ୍ରୁଆରୀ ଚାରି ତାରିଖ ପର୍ଯ୍ୟନ୍ତ ବିଶେଷ ପୂଜା ଅର୍ଚନା ନାମ ଯଜ୍ଞ ମହା ସମାରୋହରେ ଅନୁଷ୍ଟିତ ହେବ l ଏହି ଅବସରରେ ଫେବୃଆରୀ ଚାରି ତାରିଖ ମାଘ ମାସ ସପ୍ତମୀ ପୁଣ୍ୟ ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ମାନେ ରତ୍ନ ସିଂହାସନରେ ବିଜେ କରିବାର ବେବସ୍ତl କରାଯାଇଛି l ଏହାକୁ ନେଇ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ସଭାପତି ସୁଚନା ଦେଇଛନ୍ତି l ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ରେ ମହାପ୍ରଭୁ ଜଗନ୍ନାଥ ମୁଖ୍ୟ ବlଡ଼ ଗ୍ରାହି ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର ଯୋଗ ଦେବା ପାଇଁ ସିକୃତି ପ୍ରଦାନ କରିଛନ୍ତି l ଏହି ଭବ୍ୟ ସମାରୋହରେ ଓଡ଼ିଶାର ମାନ୍ୟବର ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେବାକୁ ଥିବା ବେଳେ ଜଗତସିଂପୁର ଲୋକସଭା ସାଂସଦ ବିଭୂପ୍ରସାଦ ତରାଇ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ତେଣୁ ଏହି ଶୁଭ ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଓ ଧର୍ମ ପରାୟଣ ବେକ୍ତି ବିଶେଷ ଏହି କାର୍ଯ୍ୟ କ୍ରମରେ ଯୋଗଦାନ୍ ଦେବାପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି l ଏହି ମନ୍ଦିର ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ନିକଟରେ ସୁଉଚ୍ଚ ଭବ୍ୟ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇସାରିଛି l ସମସ୍ତ ଶ୍ରାଦ୍ଧକୁ ଭକ୍ତ ସପରିବାର ଏହି ପ୍ରତିଷ୍ଠା ଉତ୍ସବ ରେ ଯୋଗଦାନ କରି ମହା ପ୍ରଭୁଙ୍କ କୃପା ଲାଭ କରିବା ସହିତ ନିଜକୁ ଧନ୍ୟ ମନେ କରିବାର ସମୟ ଆସିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *