କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ତଦାରଖରେ ରାୟଗଡ଼ା ରେଳ ଡିଭିଜନ ଡିଆରଏମ୍ ଅମିତାଭ ସିଂଘଲ

ରାୟଗଡ଼ା- ସୁରେନ୍ଦ୍ର ରଥ-ରାୟଗଡ଼ା ରେଳ ଡିଭିଜନ ଡିଆରଏମ୍ ଅମିତାଭ ସିଂଘଲ
ନୂତନ ଭାବେ ଦାୟିତ୍ୱ ନେବା ପରେ ଶୁକ୍ରବାର କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ଓ ଅନ୍ୟାନ୍ୟ କାର୍ଯ୍ୟ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ବିଶେଷ ଭାବେ ନିର୍ମାଣଧୀନ କାର୍ଯ୍ୟ ସମେତ ରେଳ ଟ୍ରାକର ସୁରକ୍ଷା ବ୍ୟବସ୍ଥା, ସିଗନାଲ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ଏତଦବ୍ୟତିତ କିରାଣ୍ଡୁଲ ସ୍ଥିତ ଏନଏମଡିସି ମାଇନ୍ସ କ୍ଷେତ୍ର ପରିଦର୍ଶନ କରି ଏନଏମଡିସି ଅଧିକାରୀଙ୍କ ସହିତ ଲୋଡ଼ିଂ ସୁବିଧା ଉପରେ ଆଲୋଚନା କରିବା ପରେ କିରାଣ୍ଡୁଲ ଠାରେ ନିର୍ମାଣଧୀନ ରାପିଡ଼ ୱାଗନ ଡିସଚାର୍ଜ ସିଲୋ ସିଷ୍ଟମ(ଆରଡବ୍ଲ୍ୟୁଡିଏସ୍‌)ର ସମୀକ୍ଷା କରିଥିଲେ । ସେହିଭଳି ଗୁରୁବାର ରାୟଗଡ଼ା ରେଳ ଷ୍ଟେସନର ଆନୁସଙ୍ଗିକ ସୁବିଧା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବା ସହିତ କର୍ମଚାରୀଙ୍କ ସହିତ ଆଲୋଚନା କରି କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ତତସହିତ ରାୟଗଡ଼ା-କୋରାପୁଟ ରେଳ ଲାଇନ୍‌ର ସବୁଠାରୁ ବଡ଼ ରେଳ ବ୍ରିଜ ନଂ କୁ ଯାଇ ତାହାର ସମୀକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *