ଗାଇସିଲେଟ : ଆଜି ଲୋକଙ୍କ ଅସୁବିଧା ବୁଝିବା ପାଇଁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜନଶୁଣାଣୀ ହୋଇଥିଲା l ସମସ୍ତ ଅଧିକାରୀ ଯୋଗ ଦେଇ ଲୋକଙ୍କ ଅସୁବିଧା ଦୂର କରିବାର ଆଶା ରଖିଥିଲେ l ଏଥିରେ ଏକ ଶହ ଅଠଚାଳିଶ ଜଣ ଅଭିଯୋଗ ଜଣାଇଥିଲେ l ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ କୁମାର ସାହୁ ଉପସ୍ଥିତ ଥିଲେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ କୁମାର ଗୋଏଲ ଗତ ଜିଲ୍ଲାପାଳ ମହାଶୟା ମୁଖାର୍ଜୀଙ୍କ ଠାରୁ ଭିନ୍ନ ଭାବରେ ଓ ଅନ୍ୟାୟର ଦୂରୀକରଣ ଦିଗରେ ଚିନ୍ତାଧାରା ରହିଛି l କେତେକ ଶୁଣାଣୀକୁ ଆସି ବିଫଳ ହେବାର ଶୁଣିବାକୁ ମିଳିଛି l ଯାହାକି ବୁରୋମୁଣ୍ଡା ଲୋକଙ୍କ ସେବାରେ ପଞ୍ଚାୟତରୁ ମିଳୁଥିବା ଚାଉଳ ବଦଳରେ ମାଣ୍ଡିଆ ପାଇଁ 2021ରୁ ଜିଲ୍ଲାପାଳଙ୍କୁ ଜଣାଇ ବିଫଳ ହୋଇଛନ୍ତି l ଆଶା ବର୍ତମାନର ଜିଲ୍ଲାପାଳ ପୂରଣ କରିବାର ନିଶ୍ଚୟ l ଆଗରୁ ଯେଉଁ ବ୍ୟକ୍ତିଙ୍କ ଅଭିଯୋଗ ଅଛି ନିଶ୍ଚୟ ସମାଧାନ କରିବାକୁ କଥା ଦେଇଛନ୍ତି
l ଲୋକଙ୍କ ପୁର୍ଣ ବିଶ୍ୱାସ ରହିଛି l ଜଣେ ବିକଳାଙ୍ଗ ଝିଅ କାର୍ଯ୍ୟ ଅକ୍ଷମ କିନ୍ତୁ ତାଙ୍କ 75%ଥିବାରୁ ଭତ୍ତାରୁ ନିବୃତ୍ତ ଥିବାର ଜଣା ପଡିଛି l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀଙ୍କ କର୍ମ ତତ୍ପର ଓ ଦାୟିତ୍ୱ ଯୋଗୁଁ ଲୋକେ ସୁବିଧା ପାଇ ପାରୁଛନ୍ତି l ଆଜି ତିନୋଟି ମୁଖ୍ୟ ଅବିଯୋଗ ରହିଥିଲା l ପ୍ରଥମ, ମାଣ୍ଡିଆ ମିଳି ପାରିନାହିଁ l ଦୁଇ NREGS ଯୋଜନାରେ ଖିଲାପ, ତିନ:- ଲକ୍ଷେ ଘର ଗଣ୍ଡାସମାଜ ସଭାପତିଙ୍କ ଅଭିଯୋଗ ବର୍ତ୍ତମାନରେ ଜଙ୍ଗଲ ଜମି ଗ୍ରାମସଭାରେ ଆଦିବାସୀ /ହରିଜନ ସଭ୍ୟ ନାହିଁ ଓ ଗୋପବନ୍ଧୁ ଯୋଜନା 4ଡେସିମିଲ ଜମି ଉପଯୁକ୍ତ ହିତାଧିକାରୀଙ୍କୁ ମିଳି ପାରି ନ ଥିବାର ଜଣା ପଡିଛି l ଏଥିପ୍ରତି ସରକାରଙ୍କ ଦୃଷ୍ଟି ଗୋଚର ଦିଗରେ ଅଂଚଳବାସୀଙ୍କ ତରଫରୁ ଅଭିଯୋଗ ରହିଛି l
ଗାଇସିଲେଟରୁ ଫକୀର ଦୀପଙ୍କ ରିପୋର୍ଟ, କଳିଙ୍ଗାପ୍ରଭା