ପାରାଦ୍ଵୀପ – ପାରାଦ୍ଵୀପ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପକ୍ଷରୁ ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ସଚେତନତା ଧର୍ମୀ ନାଟକ ସାଧାରଣ ଲୋକଙ୍କୁ ବେଶ୍ ମନୋରଞ୍ଜନ କରାଇଥିଲା। ଏହି ଅବସରରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ଓଝା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ପୈାରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଯୋଗଦେଇ ବନ୍ଦର ଭିତିକ ଶିଳ୍ପ ନଗରୀ ପାରାଦ୍ଵୀପ ରେ ଶିକ୍ଷାର ମାନ ବଢାଇବା ସହିତ ସାଧାରଣ ଓ ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବଳ୍ପ ଖର୍ଚ୍ଚରେ ଉଚ୍ଚ ମାନର ଶିକ୍ଷା ଯୋଗାଇ ଦେବାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପାରାଦ୍ଵୀପ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥିପାଇଁ ସ୍କୁଲ ର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ସ୍କୁଲ ଶିକ୍ଷାଦାନ ପଦ୍ଧତି ସେ ଉଚ୍ଚ ପ୍ରଶଂସା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଗୃପର ଓଡ଼ିଶା ମୁଖ୍ୟ ଏଚ୍ ବି ତ୍ରୀପାଠୀ ଛାତ୍ରଛାତ୍ରୀଙ୍କ ଉପରେ ଅବିଭାବକ ମାନଙ୍କ ଚାପ ପିଲାମାନଙ୍କୁ ଅଧିକ ଚାପ ଗ୍ରସ୍ତ କରୁଥିବା ରୁ ପିଲାମାନେ ପାଠ କୁ ଡରିଥାନ୍ତି । ଫଳରେ ସେମାନେ ଆଶାନୁରୂପ ସଫଳତା ଠାରୁ ଦୂରେଇ ଯାଇଥାନ୍ତି, ତେଣୁ ପିଲାମାନଙ୍କୁ ସମୟାନୁବର୍ତ୍ତୀ ଓ ଏକାଗ୍ର କରାଇବାକୁ ଅବିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପିଲାମାନେ ଡାକ୍ତର, ଇଞ୍ଜିନିୟର କି ଆଇଆଇଟି , ଆଇଏଏସ ଓ ଆଇପିଏସ୍ ହେବାପାଇଁ ସେମାନଙ୍କୁ ସେମାନଙ୍କ ନିଷ୍ପତି ନେବାପାଇଁ ଦିଅନ୍ତୁ। କେବଳ ଜଣେ ଭଲ ପାଠ ପଢି ଭଲ ମଣିଷଟିଏ ହେବା ସହିତ ସମସ୍ତ ବିଷୟରେ ପାରଦର୍ଶୀ ହେବାକୁ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଶିଷ୍ଟ ସମାଜସେବୀ ତଥା ପାରାଦ୍ଵୀପ ବିଜୟଚନ୍ଦ୍ରପୁର ନାଗରିକ ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦୀ ଓ ଭୁବନେଶ୍ୱର ନିଳାଦ୍ରୀବୀହାର ସେଣ୍ଟ ଜାଭିୟର୍ସ ହାଇସ୍କୁଲ ର ସମ୍ପାଦୀକା ସବିତା ତ୍ରୀପାଠୀ ଅବିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ସ୍କୁଲ ର ବାର୍ଷିକ କ୍ରୀଡା ଓ ଅନ୍ୟାନ୍ୟ ବିଭାଗରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ, ତାରେଣୀଗଡା ର ବହୁ ଲୋକ ସମାଗମ ହୋଇଥିଲା। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍