ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ 

ଚଣ୍ଡିଖୋଲ୧୫/୧(କ ବ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ପରିସରର ଗତ ୬ତାରିଖ ଠାରୁ ଚାଲୁଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପନ ହୋଇଛି। ଜାତୀୟ ସେବା ଯୋଜନା ର ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ଙ୍କ ସଭାପତିତ୍ବ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟରେ ଅଧକ୍ଷ ପ୍ରଫେସର ପବିତ୍ର ମୋହନ ମାହାଲା ଯୋଗଦେଇ ପ୍ରତିଦିନ ମହିଳା ମାନଙ୍କ ଉପରେ ହେଉଥିବା ହିଂସା, ଆକ୍ରମଣ କୁ ପ୍ରତିହତ କରି ନିଜକୁ ସୁରକ୍ଷା ଦେବାସହ ଅସାମାଜିକ ତତ୍ତ୍ଵ ମାନଙ୍କ କବଳରୁ ନିଜକୁ ବଞ୍ଚେଇ ପାରିବା ପାଇଁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ବାଳିକା ମାନେ ଶିଖିବାକୁ ଆହ୍ଵାନ ଦେବାସହ ଭାରତର ମହା ମହିମ ରାଷ୍ଟ୍ରପତି ଦୃଷ୍ଟାନ୍ତ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସମାଜ ଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ ସାଂପ୍ରତିକ ସମାଜରେ ଶୋଷଣ ର ଶିକାର ହେବା ପରିପେଖିରେ ସେମାନେ ନିଜେ ଶାରୀରିକ ଓ ମାନସିକ ସ୍ତରରେ ଦୃଢ ହେଲେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି କହିଥିଲେ। ଇତିହାସ ବିଭାଗର ଅଧ୍ୟାପିକା ଦିପସା ପ୍ରିୟ ଦର୍ଶନୀ ନାୟକ ବାଳିକା ଆତ୍ମରକ୍ଷା ର ସୁଦୂର ପ୍ରସାରି ପ୍ରଭାବ ଉପରେ ଆଲୋଚନା କରିଥିଲେ। ପ୍ରଶିକ୍ଷିକା ଅଲିଭା ସେଠୀ, ଗୀତାଞ୍ଜଳୀ ନାୟକ ଉପସ୍ଥିତ ଥିବା ବାଳିକା ମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ପ୍ରଦାନ କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ର ଅନ୍ୟତମ ସଂଜୋଜିକl ଅଧ୍ୟାପିକା ଗୀତାଞ୍ଜଳୀ ମହାନ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ। ଶିବିରକୁ ଅଧ୍ୟାପିକା ଶୁଭଶ୍ରୀ ସାହୁ, ସୁଷମା ବେହେରା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *