ପାରାଦୀପ- ସ୍ବାମୀ ବିବେକାନନ୍ଦ ଟ୍ରଷ୍ଟ ପାରାଦ୍ଵୀପ ତରଫରୁ ବିବେକାନନ୍ଦ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ଉଦଯାପିତ ହୋଇଯାଇଛି। ଆୟୋଜିତ ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପାରାଦ୍ଵୀପ ବିଧାୟକ ତଥା ଓଡ଼ିଶା ସରକାର ଙ୍କ ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ସ୍ବାମୀ ବିବେକାନନ୍ଦ ନନ୍ଦ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ର ସେବା କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ। ଦୀର୍ଘ ୯ ବର୍ଷ ଧରି ବିଭିନ୍ନ ସେବା ମୂଳକ କାର୍ଯ୍ୟ କରି ସ୍ବାମୀ ବିବେକାନନ୍ଦ ଟ୍ରଷ୍ଟ ବହୁ ପ୍ରଶଂସା ସାଉଁଟି ଥିବା ବେଳେ ଦରକାର ପଡିଲେ ସରକାର ସବୁ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବ ବୋଲି ପାରାଦୀପ ବିଧାୟକ ତଥା ଶୀଳ୍ପ ମନ୍ତ୍ରୀ ସମ୍ଫଦ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଥିଲେ। ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ଲୋକସଭା ସାଂସଦ ବିଭୂ ପ୍ରସାଦ ତରାଇ,ପୂର୍ବତନ ପାରାଦୀପ ବନ୍ଦର ଟ୍ରଷ୍ଟି ପ୍ରତାପ ମିଶ୍ର ପ୍ରମୁଖ ଯୋଗଦେଇ ସ୍ବାମୀ ବିବେକାନନ୍ଦ ଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଯୋଗ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ପାରାଦୀପ ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗୁଡିକୁ ଫୁଲତୋଡା ଦେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ସୂଚାରୁରୂପେ କାର୍ଯ୍ୟ କୁ ତୁଲାଇଥିଲେ।ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍