
ଚଣ୍ଡିଖୋଲ ୧୪/୧(କ ବ୍ୟୁ)
ବାବା ଭୈରବlନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ବାହ୍ୟ କାର୍ଯ୍ୟକ୍ରମ ବିଭାଗ ଓ ବିବେକାନନ୍ଦ ଲୋକ ସଂସଦ, ଯାଜପୁର ଶାଖା ର ମିଳିତ ଆନୁକୂଲ୍ୟରେ ବାବା ଭୈରବlନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲ ପରିସରରେ ଥିବା ନବ ମାଳତୀ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି l ବାହ୍ୟ କାର୍ଯ୍ୟକ୍ରମ ବିଭାଗ ର ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ନାୟକଙ୍କ ସଂଯୋଜନା ରେ ଆୟୋଜିତ ସ୍ୱତନ୍ତ୍ର ଅଧିବେଶନକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରସନ୍ନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉଦ୍ୟେଶରେ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଓ ଆଧୁନିକ ସମାଜ ରେ ଏହାର ପ୍ରlସଙ୍ଗିକତା ଉପରେ ବିସ୍ତୃତ ଭାବରେ ଆଲୋଚନା କରି ନିଜର ଅଭିଭାଷଣ ରଖିଥିଲେ l ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା ପରେ ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରଯାଇଥିବା ବେଳେ ଅଧ୍ୟାପକ ବିଜୟ କେତନ ସାମଲ ସ୍ୱାଗତ ଭାଷଣ ଦେଇଥିଲେ ବିବେକାନନ୍ଦ ଲୋକ ସଂସଦ ଯାଜପୁର ଶାଖାର ସମ୍ପାଦକ ପ୍ରାକ୍ତନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୂ ଅଧିବେଶନର ଉଦ୍ଦେଶ୍ୟ ଏବଂ ସଭାପତି ତଥା ଦଧିବାମନ ସଂକୃତ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ କୃଷ୍ଣଚନ୍ଦ୍ର ପାତ୍ର ସଂଗଠନ ଏବଂ ବିଷୟ ବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଶେଷରେ ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କଲା ପରେ ସଭାକାର୍ଯ୍ୟ ଶେଷ କରାଯାଇଥିଲା