
ଛତ୍ରପୁର : ୧୨.୦୧.୨୫
(ମିଥୁନ ବାରିକ୍)
ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସର ରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିବେକାନନ୍ଦଙ୍କ ଦର୍ଶନର ମୂଳ ଲକ୍ଷ୍ୟ ତଥା ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ କରିଥିଲେ। ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସହ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ସୁରେଶ କୁମାର ଆଚାରୀ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିଶୁମାନେ ବିବେକାନନ୍ଦଙ୍କ ଅଭିଭାଷଣ ପ୍ରଦାନ ସହିତ ସହ ଶିଶୁମାନେ ବିବେକାନନ୍ଦଙ୍କ ବେଶ ରେ ସଜ୍ଜିତ ହୋଇ ଆସିଥିଲେ। ଆଚାର୍ଯ୍ଯ ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାପାତ୍ର ସ୍ବାମୀଜୀଙ୍କ ଜୀବନୀ କଥନ କରିଥିଲେ। ଶେଷରେ ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଚାର୍ଯ୍ଯ ଶ୍ରୀ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।