ପାରାଦ୍ଵୀପ ରେ ଥିବା ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ରେ ନିର୍ଯ୍ୟାତନା ର ଶିକାର ହେଉଛନ୍ତି ମାଲିକ। ସଂଘ ର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ନିଜ ମନମାନିରେ ସଂଘ ପରିଚାଳନା କରୁଛନ୍ତି। ଇଲେକ୍ସନ କରାନଯାଇ ସିଲେକ୍ସନ ମାଧ୍ୟମରେ ସଭାପତି ପଦକୁ ମାଡ଼ି ବସିଛନ୍ତି । ପ୍ରତିବାଦ କଲେ ସଂଘ ରୁ ବହିସ୍କାର କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି କିଛି ଟ୍ରକ୍ ମାଲିକ। ଗତ ମଙ୍ଗଳବାର ଦିନ ପାରାଦ୍ୱୀପ ପୋର୍ଟ ମଜଦୁର ସଂଘରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏଭଳି ମନ୍ତବ୍ୟ ରଖିଥିଲା ବେଳେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ସମ୍ପୃକ୍ତ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା | କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ସଂଘ ଓ ସଙ୍ଘ ର ସଭାପତିଙ୍କୁ ବଦନାମ କରାଯାଉଛି ବୋଲି ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଆମ ସଭାପତି ଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ଆଉ ନିର୍ମଳ, ଅଯଥାରେ ତାଙ୍କ ନାମରେ ଅପପ୍ରଚାର କରାଯାଉଥିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତା | ଗତ ମଙ୍ଗଳବାର ପାରାଦ୍ଵୀପ ରେ ଥିବା ଉକ୍ତ ଶ୍ରମିକ ସଂଘ ରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ କିଛି ମାଲିକ ଆମ ସଂଘ ର ସଭାପତି ସନ୍ତୋଷ ପଟ୍ଟନାୟକ ଏବଂ ସଂଘ ର କର୍ମକର୍ତ୍ତାଙ୍କ ବିରୋଧରେ ସଂଘ ର ଟଙ୍କା ଆତ୍ମସାତ କରିବା, ସଂଘ ରେ ଥିବା ଗାଡିକୁ ଲୋଡିଙ୍ଗ ନ ଦେଇ ବାହାର ଗାଡି କୁ ଲୋଡିଙ୍ଗ ଦେବା ଏବଂ ବିନା କାରଣରେ ମାଲିକଙ୍କ ସଦସ୍ୟତା ରଦ୍ଦ କରିବା ଭଳି ଅଭିଯୋଗ କରିଥିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ସେମାନେ କହିଛନ୍ତି || ପାରାଦ୍ଵୀପ ରେ ତିନୋଟି ଟ୍ରକ ମାଲିକ ସଙ୍ଘ ରହିଛି, ନିୟମ ଅନୁଯାୟୀ ୧୦୦ ଟ୍ରିପ ଭଡ଼ା ଆସିଲେ ସେଥିରୁ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଙ୍ଘ କୁ ପରିବହନ ପାଇଁ ମାତ୍ର ୧୫ ଟ୍ରିପ ମିଳେ । ସେଥିରେ ବାହାର ଟ୍ରକ୍ କୁ ଭଡ଼ା ବିକ୍ରି କରିବା ଅସମ୍ଭବ, ଏହାଛଡା ଆମର ସମସ୍ତ କାର୍ଯ୍ୟ ଅନଲାଇନ କରାଯାଉଛି। ଯେଉଁ ୪ ରୁ ୫ ସଭ୍ୟ ଙ୍କୁ ଧରି ଏଭଳି ମିଥ୍ୟା ଅଭିଯୋଗ ସଂଘ ବିରୋଧରେ କରାଯାଇଛି, ସେମାନଙ୍କୁ କାରଣଦର୍ଶାଅ ନୋଟିସ କରାଯିବ ଓ ଯଦି ସେମାନେ ତାର ଉତ୍ତର ନ ରଖନ୍ତି ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲିି ସାମ୍ବାଦିକ ସମ୍ମିଳନୀ ରେ ସଙ୍ଘ ପକ୍ଷରୁ କୁହାଯାଇଛି | ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ