ପାରାଦୀପ ଆଦର୍ଶ ଥାନା ନିକଟରେ ସଡକ ସୁରକ୍ଷା ସପ୍ତାହ ପାଳିତ l

ପାରାଦ୍ଵୀପ – ପୋଲିସ ଓ ପରିବହନ ବିଭାଗ ର ମିଳିତ ସହଯୋଗ ରେ ସଡ଼କ ସୁରକ୍ଷା କୁ କଡାକଡି ପାଳନ‌ କରାଯିବ। ଅମାନିଆ, ମଦୁଆ ଡ୍ରାଇଭର ଏବଂ ଟ୍ରାଫିକ ନିୟମ ମାନୁନଥିବା ଗାଡ଼ି ଚାଳକ ମାନଙ୍କ ଉପରେ ନିଆଯିବ କଡ଼ା ପଦକ୍ଷେପ। ଏଥିପାଇଁ ପ୍ରଶାସନିକ ସ୍ତରରେ କରାଯାଇଛି ସ୍ବତନ୍ତ୍ର ପ୍ଲାନିଂ। ପାରାଦ୍ଵୀପ ର ରାସ୍ତା କଡ଼ରେ ବେଆଇନ ପାର୍କିଂ ଉପରେ ମଧ୍ୟ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ପାରାଦ୍ଵୀପ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରକାଶ କରିଛନ୍ତି ଜଗତସିଂହପୁର ପରିବହନ ଅଧିକାରୀ। ଥାନା ଛକରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଡ଼କ ସୁରକ୍ଷା ରଥ ଉଦଘାଟନ ସହିତ ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନତା କରାଯାଇଛି। ଯେହେତୁ ପାରାଦ୍ଵୀପ ଏକ ବନ୍ଦର ଭିତିକ ଶିଳ୍ପ ସହର, ତେଣୁ ଏଠାରେ ହଜାର ହଜାର ଭାରି ଯାନ ଚଳାଚଳ କରୁଛି ଏବଂ ଦୂର୍ଘଟଣା ଜନିତ କ୍ଷୟକ୍ଷତି ବଢୁଛି। ଏହାକୁ ପ୍ରତିହତ କରିବା ପାଇଁ ଚଳିତବର୍ଷ ଏକମାସ ଧରି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲିି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ର ଅଧିକାରୀ ଯୋଗଦେଇ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *