“ପ୍ରକାଶ ପାଇଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଚୂଡାନ୍ତ ଭୋଟର ତାଲିକା”

ବାରିପଦା(କଳିଙ୍ଗପ୍ରଭା ଟିଭି) ୦୬.୦୧.୨୦୨୪// ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୂଡାନ୍ତ ଭୋଟର ତାଲିକା ୨୦୨୫ ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ ଗୁଡିକର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ଵର ଚନ୍ଦ୍ର ନାଏକ, ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଓଝା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସୟ ସୂଚନା ଦେଇ ପ୍ରକାଶିତ ତାଲିକା ଅନୁଯାୟୀ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ସୂଚୀ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୯୪୬୭୭୮ ଜଣ ଭୋଟର ଥିବା ବେଳେ ସର୍ବମୋଟ ୨୩୭୨ ଟି ପୋଲିଂ ଷ୍ଟେସନ ରହିଛି I ୨୬-ଯଶିପୁରରେ୨୯୩, ୨୭-ସାରସକଣାରେ ୨୬୫, ୨୮- ରାଇରଙ୍ଗପୁରରେ ୨୯୫, ୨୯ ବାଙ୍ଗିରିପୋଷିରେ ୨୫୭, ୩୦- କରଞ୍ଜିଆରେ ୨୪୩, ୩୧-ଉଦଳାରେ ୨୪୩, ୩୨-ବଡ଼ସାହିରେ ୨୩୯, ୩୩-ବାରିପଦାରେ ୨୫୫, ୩୪-ମୋରଡାରେ ୨୮୨ ଟି ପୋଲିଂ ଷ୍ଟେସନ ଅଛି । ସେଥିରେ ପୁରୁଷ-୯୬୩୬୪୮ ଜଣ, ମହିଳା ୯୮୩୦୪୬ ଜଣ ଥିବା ବେଳେ ୮୪ଜଣ ତୃତୀୟ ଲିଙ୍ଗ ବ୍ୟକ୍ତି ମାନେ ଅଛନ୍ତି । ସର୍ବୋପରି ନୂତନ ଭୋଟରଙ୍କ ସଂଖ୍ୟା ୭୧୪୫୧ ତାଲିକାଭୁକ୍ତ ହୋଇଛି ।

ଏଠାରେ ସୂଚନା ଥାଉ କି, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ ଡ୍ରାଫ୍ଟ ଭୋଟର ତାଲିକା ଗତ ଅକ୍ଟୋବର ମାସ ତା ୨୯ ରିଖରେ ପ୍ରକାଶ ପାଇଥିଲା ଏବଂ ବିଶେଷ ଅଭିଯାନ ତାରିଖ ଭାବରେ ୨, ୧୦, ୧୬ ଓ ୨୪ ନଭେମ୍ବର ଧାର୍ଯ୍ୟ କରାଯାଇଥିଲା।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *