ବ୍ରାହ୍ମଣୀ ଦେବୀ ପାଣି ପଞ୍ଚାୟତକୁ ଶ୍ରେଷ୍ଟ ପାଣିପଞ୍ଚାୟତ ପୁରସ୍କାର

ଚଣ୍ଡିଖୋଲ 7/12 (କ ଵ୍ୟୁ) ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତର ବ୍ରାହ୍ମଣୀ ଦେବୀ ପାଣିପଞ୍ଚାୟତକୁ ରାଜ୍ୟର ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ରାଜ୍ୟସରକାର ପୁରସ୍କୃତ କରିଛନ୍ତି l ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ ପଡ଼ିଆରେ କୃଷି ଓ କୃଷକ ଶସକ୍ତି କରଣ ଓ ଜଳ ସେଚନ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ ର ଉଜ୍ଜାପନ ଉତ୍ସବରେ ବାନ୍ତଳା ସ୍ଥିତ ବ୍ରାହ୍ମଣୀ ଦେବୀ ପାଣିପଞ୍ଚାୟତ ସଭାପତି ନଳିନୀ କାନ୍ତ ପୃଷ୍ଟିଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି  ମାନପତ୍ର ,ଉତ୍ତରୀୟ ,ପୁଷ୍ପଗୁଚ୍ଛ ଓ ଅର୍ଥ ରାଶି ପ୍ରଦIନକରି ସମ୍ବର୍ଥିତ କରିଥିଲେ  । ଏହି ଉତ୍ସବରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ, ଜନସେଚନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ l କୃଷି, କୃଷକ ଓ କୃଷିକ୍ଷେତ୍ରର ଉନ୍ନତି, ବନ୍ତଳା ମୌଜାରେ ଜଳସେଚନର ସୁବିଧା ଓ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶେଷ ଅବଦାନ ପାଇଁ ଶ୍ରୀ ପୃଷ୍ଟିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି l ଏଥି ପୂର୍ବରୁ ଶ୍ରୀ ପୃଷ୍ଟିଙ୍କୁ କୃଷକ ରତ୍ନ , କୃଷକ ଗୌରବ ,ପ୍ରକୃତି ମିତ୍ର ସମେତ ବହୁରlଜ୍ୟ ଓ ଜିଲ୍ଲା ସ୍ତରୀୟ ପୁରସ୍କାର ମିଳିଛି l ଏଥିପାଇଁ  ଶ୍ରୀ ପୃଷ୍ଟିଙ୍କୁ ବଡ଼ଚଣା ବିଧାୟକ ଆମର ନାୟକ , ପୂର୍ବତନ ,କୃଷି ମନ୍ତ୍ରୀ ଆମର ପ୍ରସାଦ ଶତପଥୀ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ , ଯାଜପୁର ସାଂସଦ ଡ . ରବୀନ୍ଦ୍ର ନାରାୟଣ ବେହେରା , ଖୋଶାଲି ପୁର ଜଳସେଚନ ଉପଖଣ୍ଡ ଏସଡ଼ିଓ ଭାଗବତ ବେହେରା ,  ବନ୍ତଳା ସରପଞ୍ଚ ସମୀର ରାଉତ ,ସମିତି ସଭ୍ୟ ସୌମ୍ୟ ରଂଜନ ବିଶ୍ବାଳ , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ , ରମେଶ ଚନ୍ଦ୍ର ଦାସ ସମେତ ବହୁ କୃଷକ ନେତା ଶ୍ରୀ ପୃଷ୍ଟିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
 

Leave a Reply

Your email address will not be published. Required fields are marked *