
ଚଣ୍ଡିଖୋଲ 7/1 (କ ଵ୍ୟୁ) ବଡଚଣା ବ୍ଲକ୍ ଅନ୍ତର୍ଗତ ଗରଗlଲି ଗ୍ରାମ କମିଟିର ପୂର୍ବତନ ସଭାପତି, ପ୍ରେସ କ୍ଲବ ଚଣ୍ଡିଖୋଲ ର ପ୍ରାକ୍ତନ ସଭାପତି,ପlକ୍ଷୀକ ସମ୍ବାଦପତ୍ର କଳିଙ୍ଗପ୍ରଭା ର ସମ୍ପାଦକ, ଗଣପତି ଜ୍ଞାନ ମନ୍ଦିର ର ପ୍ରତିଷ୍ଠାତା, ବରିଷ୍ଟ ଆଇନୀ ଜିବୀ ସ୍ବର୍ଗତ ପ୍ରଦୀପ୍ତ କୁମାର ପରିଡ଼ା ଙ୍କ ନାମରେ ପ୍ରତିଷ୍ଟିତ ପ୍ରଦୀପ୍ତ କୁମାର୍ ପରିଡା ମେମୋସେରିଆଲ ଟ୍ରଷ୍ଟ ପକ୍ଷରୁ ଗରଗlଲି ଗ୍ରାମର ସ୍ବର୍ଗତ ଗୋଲଖ ଚନ୍ଦ୍ର ସେଠୀ ଙ୍କ ଏକଦଶାହ କ୍ରିୟା ଉଦ୍ଦେଶ୍ୟରେ ତାଙ୍କ ଝିଅ ଙ୍କ ହାତରେ ୪୧୦୦ଟଙ୍କା ପ୍ରଦାନ କରlଯାଇଥିଲା। ଟ୍ରଷ୍ଟ ପକ୍ଷରୁ ବିଶ୍ଵନାଥ ପରିଡା, ଡlକ୍ଟର ପ୍ରଶାନ୍ତ କୁମାର ପରିଡା, ଅନନ୍ତ ସିଂହ, ବିନୋଦ ଚନ୍ଦ୍ର ପାଲ, ଜୟରାମ ରାଉଳ, ଅକ୍ଷୟ କୁମାର ସାମଲ, ବିଘ୍ନେଶ୍ୱର ସିଂହ ପ୍ରମୁଖ ସ୍ବର୍ଗତ ସେଠୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍ବର୍ଗତ ଗୋଲଖ ସେଠୀଙ୍କ ବଡ଼ଭାଇ ଏହି ସହାୟତା ପାଇଁ ଟ୍ରଷ୍ଟ ବୋର୍ଡ଼ କୁ ଧନ୍ୟବାଦ୍ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।