କବି ଡ଼ଃ ନଟବର ପ୍ରଧାନଙ୍କ ୪ର୍ଥ କବିତା ସଂକଳନ ଉନ୍ମୋଚିତ 

ଚଣ୍ଡିଖୋଲ 7/12 (କ ଵ୍ୟୁ)
ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ, ଶକୁନ୍ତଳା ପୁର, ବଡ଼ଚଣା, ଆନୁକୁଲ୍ୟରେ 
  ତୃତୀୟ ବାର୍ଷିକ ଉତ୍ସବ ସୁଦୂର ବିନିକା, ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବି “ବ୍ୟଙ୍ଗ ବାରୁଦ”ଡ଼ଃ ବୈରାଗୀ ମଲିକ, ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା କଂସ ଦରବାରର ପୂର୍ବତନ କଂସ ମହାରାଜ ବଟକୃଷ୍ଣ ସାହୁ,ସୁସାହିତ୍ଯିକ ଓ ସମାଜସେବୀ ଜୟନ୍ତୀ ଜେନା, ଶଲାବୁଢ଼ାର ମୁଖ୍ୟ ନାୟକ ଡ଼ଃ ପୁରୁଷୋତ୍ତମ ମିଶ୍ର, ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟ ସମାଲୋଚକ ଡ଼ଃ କୈବଲ୍ୟ ମିଶ୍ର ଓ ମୁଖ୍ଯ ଅତିଥି ଭାବରେ ଭାଗବତ ଓ ପୁରାଣ ତତ୍ତ୍ବ ଗବେଷକ ହୃଷିକେଶ ହୋତା ମହୋଦୟ ଉପସ୍ଥିତ ରହି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଡ଼ଃ ନିରଞ୍ଜନ ପଣ୍ଡା ଓ ଡ଼ଃ ତନ୍ମୟୀ ଅଗସ୍ତୀଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଭବ୍ଯ ସମାରୋହରେ ଅନୁଷ୍ଠାନର ସଭାପତି ଡ଼ଃ ଶ୍ରୀକାନ୍ତ ପଣ୍ଡା ଓ କାର୍ଯକାରୀ ସମ୍ପାଦକ ଡ଼ଃ ଅମୂଲ୍ୟ କୁମାର ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠାନର ପ୍ରତିଷ୍ଠାତା/ସମ୍ପାଦକ ଡ଼ଃ ନଟବର ପ୍ରଧାନଙ୍କ ୪ର୍ଥ କବିତା ସଂକଳନ “ଆସରେ ପିଲେ ପଢିବା ପାଠ”ଉନ୍ମୋଚିତ ହୋଇଯାଇଛି।କବି ଡ଼ଃ ପ୍ରଧାନଙ୍କ ଏପରି ସାହିତ୍ଯାନୁରାଗୀ କାର୍ଯ୍ୟକୁ ବୁଦ୍ଧିଜୀବୀଙ୍କ ମହଲରେ ଭୂୟସୀ ପ୍ରଶଂସା କରାଯାଉଛି। କବିଙ୍କ କିଛି ପ୍ରଶଂସକ ତାଙ୍କ ବାସଭବନ ଶକୁନ୍ତଳା ପୁରଠାରେ ପହଞ୍ଚି ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *