ଟ୍ରାକ୍ଟର ଧାନ ହଲର ରେ କଟି ହଲର ମାଲିକ ଙ୍କ ମୃତ୍ୟୁ

କେସିଙ୍ଗା 28/12/24
ମୃତ୍ୟୁ କେମିତି ଭି ଆସିପାରେ, ନିଜ ହଲର କାମ କରୁଥିବା ବେଳେ ନିଜର ମୃତ୍ୟୁ,
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ବିନେକେଲା ଗାଁ ରେ ଟ୍ରାକ୍ଟର ହଲର ରେ ଧାନ କୁଟାଇବା ବେଳେ ଫସି ମାଲିକ ଶେଷ ଦେବ ପ୍ରଧାନ (୩୦) ଙ୍କ ମୁଣ୍ଡ କଟି ମୃତ୍ୟୁ। ଟ୍ରାକ୍ଟର ମାଲିକ ନିଜେ ତାଙ୍କ ଟ୍ରାକ୍ଟର ହଲର ରେ ଧାନ କୁଟାଉଥିଲେ।ହଟାତ ତାଙ୍କ ବେକରେ ଥିବା ଗାମୁଛା ହଲର ବେଲ୍ଟ ରେ ଲାଗିଯିବା ଯୋଗୁଁ ତାଙ୍କ ବେକ କଟି ଯାଇଥିଲା। ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି ଏବଂ ଏକ ଅପ ମୃତ୍ୟୁ ମାମଲା ଦାୟର କରି ତଦନ୍ତ କରୁଛି।ଏହି ଘଟଣା ପରେ ବିନେକେଲା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *