
ଉମରକୋଟ ବସ୍ ଷ୍ଟାଣ୍ଡ ନିକଟରେ ସ୍ୱର୍ଗତ ଡଃ ମନମୋହନ ସିଂହ ଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି। ଉକ୍ତ ଶୋକସଭା ରେ ଅଞ୍ଚଳର ଅନେକ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ସନରାଜ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଉମରକୋଟ ର ଅନେକ କଂଗ୍ରେସ କର୍ମୀ ଯଥା- ସର୍ବଶ୍ରୀ ଏସ୍ . ବିଜୟ, ବିଘ୍ନରାଜ ସାନ୍ତରା,ଇଶା ଲାଠିଆ,ଟୁଲୁ ସାହୁ ,ବରିଷ୍ଠ ଓକିଲ ଶଙ୍କର ଦେ, ପର୍ଶୁରାମ ନାୟକ, ସୁରେନ୍ଦ୍ର ନାୟକ, ମହିଳା କର୍ମୀ ପଙ୍କଜିନି ପଟ୍ଟନାୟକ ତଥା ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଶ୍ରୀ ସନରାଜ ଗଣ୍ଡ ଏବଂ ଶ୍ରୀ ବିଘ୍ନରାଜ ସାନ୍ତରା ସ୍ୱର୍ଗତ ଡଃ ମନମୋହନ ସିଂହ ଙ୍କ ସ୍ମୃତି ଚାରଣ କରିଥିବାବେଳେ ଏକ ନୀରବ ପ୍ରାର୍ଥନା ସଭାର ମଧ୍ୟ ଆୟୋଜନ ହୋଇଥିଲା।
ଉମରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ, ଉମେରକୋଟ