ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ

ରାଉରକେଲା :: ରାଉରକେଲା ସହରର ସେକ୍ଟର-୭ରେ ଥିବା ଇସ୍ପାତ ସାହିତ୍ୟ ସଂସଦ ପରିସରରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ, ରଶ୍ମିପ୍ରଭା ସାହିତ୍ୟ ଅନୁଷ୍ଠାନ ଏବଂ ଶିକ୍ଷାଜ୍ୟୋତିର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ଜାନୁଆରୀ ୫ ତାରିଖ ରବିବାର ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାସଙ୍ଗରେ ୧୧ଟି ବିଭିନ୍ନ ପୁସ୍ତକ ଲୋକାର୍ପଣ ସହିତ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ହେବ। ଏହା ସହିତ ସାହିତ୍ୟ, ସମାଜସେବା ଏବଂ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଅବସରରେ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମିପ୍ରଭା ଅନୁଷ୍ଠାନର ସାଧାରଣ ସମ୍ପାଦକ ମନୋଜ ନନ୍ଦ ଓ ଉପଦେଷ୍ଟା ତଥା ଶିକ୍ଷାବୀତ୍‌ ପ୍ରଶାନ୍ତ ପତି, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ଶଶଧର ପଣ୍ଡା, ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ଏବଂ ଶିକ୍ଷାଜ୍ୟୋତି ଅନୁଷ୍ଠାନର ରାଧାକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏବଂ ରାଉରକେଲାର ସାହିତ୍ୟିକ ଅସ୍ମିତାକୁ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାନ୍ୟ ଦିଆଯିବ। ଏହା ସହିତ ଶିକ୍ଷା ଓ ଶିଶୁମାନଙ୍କ ମନସ୍ତ୍ୱତ୍ତ୍ୱକୁ ଗୁରୁତ୍ୱ ଦେଉଥିବା ଏକ ମାସିକ ପତ୍ରିକା ଶିକ୍ଷାଜ୍ୟୋତି ଏହି ଅବସରରେ ଉନ୍ମୋଚିତ ହେବ ବୋଲି ସୂଚନା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀ ଉପଲକ୍ଷେ ହୋଇଥିବା ସଭା କାର୍ଯ୍ୟକୁ ମନୋଜ ନନ୍ଦ ପରିଚାଳନା କରିଥିଲାବେଳେ ସାହିତ୍ୟିକ ସତ୍ୟବ୍ରତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ଲେଖିକା ରଶ୍ମିତା ମଲ୍ଲିକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ରାଉରକେଲା ସହରର କୌଣସି ସାରସ୍ୱତ କାର୍ଯ୍ୟକ୍ରମରେ ଏକାସଙ୍ଗରେ ୧୧ଟି ପୁସ୍ତକର ଲୋକାର୍ପଣ ଏହି କାର୍ଯ୍ୟକ୍ରମର ପ୍ରମୁଖ ବିଶେଷତ୍ୱ ରହିବ। ଲୋକାର୍ପିତ ହେବାକୁ ଥିବା ପୁସ୍ତକ ଓ ପତ୍ରିକାଗୁଡ଼ିକ ହେଉଛି ମନୋଜ କୁମାର ନନ୍ଦଙ୍କ ସମ୍ପାଦିତ – ରଶ୍ମିପ୍ରଭା ତ୍ରୈମାସିକ ପତ୍ରିକା, ରାଧାକାନ୍ତ ମହାରଣାଙ୍କ ସମ୍ପାଦିତ – ଶିକ୍ଷାଜ୍ୟୋତି ମାସିକ ପତ୍ରିକା, ପ୍ରଶାନ୍ତ କୁମାର ପତି- ସ୍ମୃତି ଶତଦଳ (କବିତା ସଂକଳନ), ବିନୋଦ ବାଘସିଂହ – ଗୀତି କୁସୁମ (କାବ୍ୟ ), ଶଶଧର ପଣ୍ଡାଙ୍କ – ଅଭୁଲା ଶିଶୁ ଗୀତିକା (ଶିଶୁ ଗୀତିକା), ଶ୍ରୀମତୀ କଳ୍ପନା ନନ୍ଦ – କୁନି କୁନି ତାରାଫୁଲ (ଶିଶୁ କିଶୋର କବିତା ସଂକଳନ), ଗୌରବ କୁମାର ନାଥ – ବିପୁଳ ଜୀବ (କବିତା ସଂକଳନ), ଉପେନ୍ଦ୍ର କୁମାର ବସ୍ତିଆ – କଥା ଭାଗବତ ( ଭାଗବତର ଗଦ୍ୟ ରୁପାନ୍ତର), ଶ୍ରୀମତୀ ଗୋଲାପ ନନ୍ଦ – ଆତ୍ମ ସମୀକ୍ଷା (ରାମାୟଣର ଗଦ୍ୟ ରୂପାନ୍ତର), ଶ୍ରୀମତୀ ସିଗ୍ଧା ନାୟକ – ବଣ୍ଟି ସର୍ଦ୍ଦାର (ଶିଶୁ କିଶୋର ଗଳ୍ ସଂକଳନ ), ନିର୍ମଳା ମହାପାତ୍ର- କୁସୁମାଞ୍ଜଳି (କବିତା ସଂକଳନ)

Leave a Reply

Your email address will not be published. Required fields are marked *