
ଭଞ୍ଜନଗର : (ସୁବ୍ରତ କୁମାର ଦାଶ): ଶୁକ୍ରବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଥିବା ସରକାରୀ ଧନ୍ଦା ମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ଛାତ୍ରଛାତ୍ରୀ ଏବଂ ଉପସ୍ଥିତ କର୍ମଜୀବୀ ମାନଙ୍କୁ ନେଇ କନଫରେନ୍ସ ହଲ ଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରିଶୋର୍ସ୍ ପର୍ସନ ଭାବେ କର୍ପୋରେଟ ଟ୍ରେନର ଶ୍ରୀ କାଳୀ ପ୍ରସାଦ ରବି ଯୋଗ ଦେଇ ‘ମୁଖ୍ୟ ରୋଜଗାର ଯୋଗ୍ୟତା କୌଶଳ’ ସମ୍ପର୍କରେ ଆଲୋକପାତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ଇଲେକ୍ଟ୍ରୋନିକ୍ସ ଅଧ୍ୟାପକ ଶ୍ରୀ ବୁଦ୍ଧିନାଥ ବେହେରା, ବାଣିଜ୍ୟ ବିଭାଗର ଅଧ୍ୟାପକ ଆର ହରେଶ କୁମାର, ସୂଚନା ଓ ପ୍ରଯୁକ୍ତି ବିଷୟ ଅଧ୍ୟାପକ ସୁରେଶ କୁମାର ପଣ୍ଡା, ରସାୟନ ବିଜ୍ଞାନ ଅଧ୍ୟାପିକା ସ୍ମରଣିକା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ କର୍ମଜୀବୀ ଯୋଗ ଦେଇଥିଲେ।