

ସୁନାବେଡ଼ା ,୧୭/୧୨/୨୪(ସମିସ): ସୁନାବେଡା ୨୬ ନଂ ଜାତୀୟ ରାଜପଥ ଟିମ୍ବର ନିକଟସ୍ଥ କେରାଣ୍ଡି ନଦୀକୁ ଗତ ସୋମବାର ସକାଳୁ ଡେଇଁ ଯୁବକ ନିଖୋଜ ହୋଇଥିବା ସନ୍ଦେହ ରେ ତିନି ଦିନ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ଓଡ୍ରାଫ୍ ଦଳ ନଦୀରେ ଖୋଜା ଖୋଜି କରି ମଧ୍ୟ ସଂପୃକ୍ତ ଯୁବକ ର କୌଣସି ପତ୍ତା ମିଳିନାହିଁ। ‘ ପାପନା ଖିଲ ‘ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଛି କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନବାଚୀ ! ପାପନା ଖିଲ ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖୋଜ ଖବର ନାହିଁ ସେ ନେଇ ସୁନାବେଡ଼ା ପୁଲିସ ତଦନ୍ତ ଜାରି ରଖିଛି ।
ସୁନାବେଡ଼ା ପ୍ରତିନିଧି