
ଚଣ୍ଡିଖୋଲ ୧୯/୧୨(କଳିଙ୍ଗ ପ୍ରଭା) ବଡଚଣା ଶାସନ ପୁରୁଷୋତ୍ତମ ପୁର ସ୍ଥିତ ଵିଦ୍ୟା ଫାଉଣ୍ଡେସନ ପକ୍ଷରୁ ଅସ୍ମିତା ର ପରିଚୟ ଅ”ରୁ କ୍ଷ” ରାଜ୍ଯ ସ୍ତରୀୟ ପ୍ରତିଯୋଗୀତା ବଡଚଣା ବାଳିକା ମହାବିଦ୍ୟାଳୟ ଠାରେ ଅନୁଷ୍ଟିତ ହେଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା ର ଉଦ୍ରେକ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଛାତ୍ର ଛାତ୍ରୀ ମାନେ ଆକୃଷ୍ଟ ହେବା ପାଇଁ ଏହା ସାହାଯ୍ୟ କରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ସିମନ୍ତିନି ଜେନା ପଶ୍ଚତ୍ୟ ଶିକ୍ଷା ଓ ସଂସ୍କୃତି ପ୍ରଭାବତଥା ଆଧୁନିକତାର ଚlକଚକ୍ୟ ମଧ୍ୟରେ ଆମ ଯୁବପିଢ଼ି ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା ର ଅବକ୍ଷେୟ କୁ ପ୍ରଚାର ପ୍ରସାର ଦିଗରେ ଏହି ପ୍ରତିଯୋଗୀତା ସାହାଯ୍ୟ କରିବl ସହିତ ଏହା ଏକ ଅଭିନବ ପ୍ରୟାସ ବୋଲି କହିବା ସହିତ ନିଜ ଭାଷାର ପରିଚୟ ଆମ ଅସ୍ମିତାର ଅସ୍ତିତ୍ବ ଓ ଓଡ଼ିଶାର ପତିଚୟ ବୋଲି ଵିଦ୍ୟା କହିଥିଲେ।ଫାଉଣ୍ଡେସନ ଦ୍ବାରା ଆୟୋଜିତ ଶିଶୁ ଯତ୍ନ ଗୃହ “ଆମ ଘର”ର କର୍ମ କର୍ତ୍ତା ଦିପlଞ୍ଜଳି ସାହୁ, ଧନେଶ୍ୱର ସାହୁ, ରାଜେନ୍ଦ୍ର କୁମାର୍ ଶତପଥୀ, ରଞ୍ଜନ କୁମାର ସାହୁ ବଡଚଣା ବାଳିକା ମହାବିଦ୍ୟାଳୟ ର ଅଧକ୍ଷ୍ୟା ପ୍ରଣତୀ ମହାନ୍ତି, ଅଧ୍ୟାପିକା ଅନୁଷୟl ରୋଉତ୍, ଅଧ୍ୟାପକ ଶୁଭ୍ରାଂଶୁ ଶେଖର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହିରାଯ୍ୟ ସ୍ତରୀୟ ତିଯୋଗିତାରେ ନିକଟସ୍ତ ବଡଚଣା ବାଳିକା ମହାବିଦ୍ୟାଳୟ ର ଶହେ ରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଥିଲେ। କୃତୀ ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ର ଅମାରାବତୀ ମଧୁସୂଦନ ରାଓଙ୍କ ଙ୍କ କାଳଜୟୀ ପୁସ୍ତକ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ କରଯାଇଥିଲା।