ରାମବିଳାଶ ଶର୍ମା ସେବା ସ୍ମୃତି ପକ୍ଷରୁ ଶୀତ ବସ୍ତ୍ର ବିତରଣ

କଟକ ତା୧୬-୧୨ ରିଖ ରାମବିଳାଶ ଶର୍ମା ସେବା ସ୍ମୃତି ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟରେ ଆଜି କଟକ ମହାନଗର ନିଗମର ୨୨ନମ୍ବର ୱାର୍ଡର ବାରପଥର ରୋଡ ସ୍ଥିତ ଧୋବିଲେନ୍‌ଠାରେ ଶ୍ରୀ ଶ୍ରୀ ଷୋଳପୁଅ ମା’ ମନ୍ଦିର ପରିସରରେ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୭୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ମହିଳା ଓ ଶିଶୁମାନଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଇଛି। ସ୍ମୃତି ପରିଷଦ ପକ୍ଷରୁ କିଶନ ଶର୍ମା ସ୍ଵାଗତ ଭାଷଣ ଦେଇ ସ୍ମୃତି ପରିସଦର ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେଇ କହିଲେ ଯେ ଆଗାମୀ ଦିନରେ ନିଗମର ଆଉ କେତେକ ୱାର୍ଡରେ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ରହିଛି । ବିଶେଷକରି ସହରରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଉଛି । ରାମବିଳାଶ ଶର୍ମା ସେବା ସ୍ମୃତିର ମୁଖ୍ୟ ଉପଦେଷ୍ଟା କହିଛନ୍ତି ଯେ, ରାମବିଳାଶ ଶର୍ମା ପ୍ରଖ୍ୟାତ ସମାଜସେବୀ ଭାବରେ କଟକ ନୁହେଁ ପୁରା ଓଡିଶାରେ ପରିଚିତ । ତାଙ୍କୁ ଆମେ କେବେବି ଭୂଲିପାରିବୁ ନାହିଁ । ଏହି ଶୀତ ଦିନରେ କଟକ ସହରରେ ବୁଲି ବୁଲି ଗରିବ ଅସହାୟମାନଙ୍କୁ ଶୀତ ବସ୍ତ୍ର ବିତରଣ କରୁଥିଲେ। ତାଙ୍କ ସ୍ମୃତିରେ ଆଜି ଶୀତ ବସ୍ତ୍ର ବିତଣର କରିବା ଅତି ପ୍ରଶଂସନୀୟ କାର୍ଯ୍ୟ ଅଟେ। ଏହି କାର୍ଯ୍ୟକ୍ରମରେ ବାରପଥର ରୋଡ ଧୋବିଲେନ୍ ସଂପାଦକ ସଂଗ୍ରାମ କେଶରୀ ବେହେରା, ମନୋଜ ଶର୍ମା, ମଣ୍ଡୁ ଭାଇ, ଏ. ଆଦି ରାଓ, ପାରଶନାଥ ସାହ ଓ ସାହିର ସମସ୍ତ ମୁରବୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *