ଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର ଓ ଗୁରୁ ନିମାକାନ୍ତ ବେହେରା ପାଇବେ ୪ର୍ଥ ଲାସ୍ୟ ସମ୍ମାନ

ଭୁବନେଶ୍ୱର ୧୬/୧୨ ଓଡିଶୀନୃତ୍ୟ ଅନୁଷ୍ଠାନ “ଲାସ୍ୟ ଡ୍ୟାନ୍ସ ଏକାଡେମୀ” ପକ୍ଷ୍ୟରୁ ୪ର୍ଥ ଲାସ୍ୟ ସମ୍ମାନ ୨୦୨୪ ପ୍ରଦାନ ଉତ୍ସବ ଆଜି ତା ୧୬ ରିଖ ଡ଼ିସେମ୍ବର ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବକୁ ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ଭାଗ କରାଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ I ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଶ୍ରୀମତୀ ଭାଗ୍ୟ ଲିପି ମଲ୍ଲ , କଟକ ଜିଲ୍ଲାର ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ସାହୁ , ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ମନୋରଞ୍ଜନ ପ୍ରଧାନ , ଗୁରୁ ଶ୍ରୀମତୀ ମିନତୀ ପ୍ରଧାନ , ବିଶିଷ୍ଟ ମର୍ଦଳ ବାଦକ ଗୁରୁ ସଚିଦାନନ୍ଦ ଦାସ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଏ ବର୍ଷର ୪ର୍ଥ ଲାସ୍ୟ ସମ୍ମାନରେ ଜଣେ ନୃତ୍ୟ ଗୁରୁ (ଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର , କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ) ଓ ଜଣେ ଓଡିଶୀ ସଂଗୀତ କଣ୍ଠଶିଳ୍ପୀ (ଗୁରୁ ନିମାକାନ୍ତ ବେହେରା) ଙ୍କୁ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଦେବଦତ୍ତ ପଣ୍ଡା ଓ ସମ୍ପାଦିକା ଗୁରୁ ଶ୍ରୀମତୀ ସମୀକ୍ଷା ଦୀକ୍ଷିତ ଉପସ୍ଥିତ ରହି ୪ର୍ଥ ଲାସ୍ୟ ପ୍ରତିଭାରେ କୃତିତ୍ୱ ଅର୍ଜନ କରିଥିବା ଶିଳ୍ପୀ ମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *