
ଚଣ୍ଡିଖୋଲ : ୧୩/୧୨(କଳିଙ୍ଗ ପ୍ରଭା):ବ୍ରହ୍ମ ଲୀନ ସ୍ବାମୀ ଯଜ୍ଞେଶ୍ଵରା ନନ୍ଦ ମହାରାଜ ଙ୍କ ଏକବିଂଶ ଦିବସୀୟ ଉତ୍ସବ ଅବସରରେ ଉଦାସ ଆଶ୍ରମ ସୋଲର ଠାରେ ଗତ ୪ ତାରିଖରେ ସମାଧି ପ୍ରତିଷ୍ଠା ହୋଇ ଉତ୍ସବରେ ଓଡ଼ିଶାରୁ ପ୍ରତି ପ୍ରାନ୍ତରୁ ସାଧୁ ,ସନ୍ଥ ,ବ୍ରାହ୍ମଣ ,ବୈଷ୍ଣବ ଙ୍କ ସେବା ପୂଜା ପରେ ୫ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ବିଶ୍ଵ ଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି।ପ୍ରତ୍ୟହ ପ୍ରଭୁ ଶୂନ୍ୟ ବାସୀଙ୍କ ପୂଜା,ଚତୁର୍ଦ୍ଧାମୂର୍ତ୍ତିଙ୍କ ଶୋଢସ ଉପଚାର ପୂଜା,ଗୁରୁ ଅଭିଷେକ ପୂଜା,ଅଖଣ୍ଡ ନାମ ସଂକୀର୍ତ୍ତନ,ସୂର୍ଯ୍ୟ ପୂଜା,ଗୋପୁଜ,ଯଜ୍ଞ ଆହୁତି ,ଭଜନ, ପ୍ରବଚନ,ସହିତ ସ୍ମୃତି ସଭା ,ପୂଜ୍ୟ ସନ୍ଥଙ୍କ ଜୀବନୀ ଓ ସାଧନା,ସେବା ସମ୍ବଳିତ ” ଦିବ୍ୟଜ୍ୟୋତି ” ସ୍ମରଣିକା ଉନ୍ମୋଚିତ ହୋଇ ୯ ତାରିଖରେ ମହାଯଜ୍ଞାର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି।ଏହି ଷଷ୍ଠ ଦିବସୀୟ କାର୍ଯ୍ୟ କ୍ରମରେ ଓଡ଼ିଶା ତଥା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବା ସହିତ ସୋଲର ର ପାର୍ଶ୍ଵବର୍ତ୍ତୀ ୨୫ ଗୋଟି ଗ୍ରାମର ଭକ୍ତଙ୍କୁ ନିମନ୍ତ୍ରଣ କରାଯାଇ ଅର୍ଣ୍ଣ ପ୍ରସାଦ ବିତରଣ କରାଯାଇଥିଲା।ଦୁଃଖୀ ଭକ୍ତ ମାନଙ୍କୁ ବସ୍ତ୍ର,କମ୍ବଳ,ଛୋଟ ପିଲାଙ୍କୁ ଖାତା,ବହି,ବଣ୍ଟନ କରାଯାଇଥିଲା।ଉତ୍ସବର ପ୍ରଥମ ଦିବସ ୪ ତାରିଖରେ ସାଧୁ ସନ୍ଥ,ବ୍ରାହ୍ମଣ ,ବୈଷ୍ଣବ,ଆଶ୍ରମ ର ସଭ୍ୟ,ଭକ୍ତ କର୍ମଚାରୀ, ସୋଲର ଗ୍ରାମର ମୂରବୀ ଙ୍କ ଉପସ୍ଥିତି ଓ ସମ୍ମତି କ୍ରମେ ସ୍ବାମୀ ଯଜ୍ଞେଶ୍ବରାନନ୍ଦ ମହାରାଜ ଙ୍କ ପଟ୍ଟ ଶିଷ୍ୟ ସ୍ବାମୀ ଦିବ୍ୟ ଲୋଚନ୍ ଦାସଙ୍କୁ ମଠାଧୀଶ ଓ ସ୍ବାମୀ ପଦ୍ମଲୋଚନ ଦାସଙ୍କୁ ସହ କାରୀ ମଠାଧୀଶ ଭାବେ ନାମ ଘୋଷଣା କରାଯାଇ ଦାୟିତ୍ଵ ପ୍ରଦାନ ସହିତ ମଠାଧୀଶ ସ୍ବାମୀ ଦିବ୍ୟାଲୋଚାନ ଦାସଙ୍କ ପୌରୋହିତ୍ୟରେ ସମାଧି ପ୍ରତିଷ୍ଠା ଓ ମହାଯଜ୍ଞ ର ପୂର୍ଣ୍ଣାହୁତି ସହ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଏହି ଅବସରରେ ଯଜ୍ଞର କର୍ତ୍ତା ଭାବେ ପ୍ରତିଶ ରାଉତ,,କର୍ତୀ ଭାବେ କଲ୍ୟାଣୀ କାର୍ଯ୍ୟ ସମ୍ପନ୍ନ କରିଥିଲେ।ପଣ୍ଡିତ ଖଗେଶ୍ବର ରଥ,ଅକ୍ଷୟ ତ୍ରିପାଠୀ,ଗୟାଧର ପଣ୍ଡା,ନୀଳମଣି ପଣ୍ଡା,ସୋଲର ର ମୂରବୀ ମାଧବାନନ୍ଦ ମହାପାତ୍ର,ସନ୍ତୋଷ ପ୍ରହରାଜ,ସରପଂଚ ବିଜୟ ସ୍ୱାଇଁ,ସମିତି ସଭ୍ୟ ସଞ୍ଜୟ ବେହେରା,ନେଳିଆ ସରପଂଚ ଜୟନ୍ତୀ ସ୍ୱାଇଁ,ପ୍ରହଲ୍ଲାଦ ନନ୍ଦ,ରମେଶ ବିଶ୍ଵାଳ, ରମେଶ ପୃଷ୍ଟି ,ପୂର୍ବତନ ବିଧାୟକ ଅମର ପ୍ରସାଦ ସତପଥି ,ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ର,ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରମେଶ ବିଶ୍ଵାଳ,ନୀଳମଣି ରାଉତ,ସମାଜ ସେବୀ ପ୍ରମୋଦ ରଥ,ରବୀନ୍ଦ୍ର ମଲିକ,ବେଣୁଧର ପଣ୍ଡା,ଗାୟକ ରତ୍ନ ବନମାଳୀ ପତି,ଗାୟକ ପଦ୍ମଶ୍ରୀ ଲକ୍ଷ୍ମୀଧର ରାଉତ,ପ୍ରାର୍ଥନା ଟିଭି ସମ୍ପାଦକ ଶପଥ ମହାପାତ୍ର,ବେଣୁଧର ପଣ୍ଡା,ସମାଜ।ସେବୀ ଅକ୍ଷୟ ବିଶ୍ଵାଳ,ଓକିଲ ଅଜିତ ତ୍ରିପାଠୀ,କରୁଣାକର ଜେନା,ଡାକ୍ତର ସରୋଜ ଜେନା,ଉଦାସ ପନ୍ଥି ଭକ୍ତ ସୁଧାଂଶୁ ଶେଖର ନାୟକ,ଜୟନ୍ତ କୁମାର ସେନ,ବିଜୟ ପଣ୍ଡା,ମହେଶ୍ୱର ପୃଷ୍ଟି,ପ୍ରଫୁଲ୍ଲ ପୃଷ୍ଟି,ଅରକ୍ଷିତ ପୃଷ୍ଟି,ଶାରଦା କାନ୍ତ ଆଚାର୍ଯ୍ୟ, ଶିବ ପ୍ରସାଦ ମହାନ୍ତି,ପ୍ରମୁଖଙ୍କ ସହ ଉଦାସ ଆଶ୍ରମ ର ସମସ୍ତ ସଦସ୍ୟ ,ପ୍ରତ୍ୟେକ ଗ୍ରାମର ମୁରବିଙ୍କ ସହାୟତାରେ କାର୍ଯ୍ୟ ସଫଳ ହୋଇଥିଲା।