ମେଘା କମ୍ପାନୀ ଯୋଗୁଁ କାଦୁଅ ପଚପଚ ଗାଁ ରାସ୍ତା।

ତୁରେକେଲା :ବଲାଙ୍ଗିର ଜିଲ୍ଲା ତୁରେକେଲା ତୁରେକେଲା ଅଞ୍ଚଳରେ ମେଘା କମ୍ପାନୀର ମନମୁଖୀ କାମ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରରୁ ତୁରେକେଲା ବ୍ଲକକୁ ବସୁଧା ପାନୀୟ ଜଳ ଯୋଗାଣ ପାଇଁ ପ୍ରତୋକ ଗାଁ କୁ ପାଇବ ବିଛା କାମ ଚାଳୁଛି। କିନ୍ତୁ ଦାଇତ୍ବ ରେ ଥିବା ମେଘା କମ୍ପାନୀ କର୍ମଚାରୀଙ୍କ ମନମୁଖୀ ଯୋଗୁଁ ଅସୁବିଧା ଭୋଗୁଛନ୍ତି ବଡ଼ବାଙ୍କି,କନ୍ଦେଇ, ଘୁନେସ ପଞ୍ଚାୟତ ବାସୀ। ଗାଁ ମାନଙ୍କରେରେ ପାଇବ ବିଛାଇବାକୁ କଂକ୍ରିଟ ରୋଡ ଭାଙ୍ଗି ପାଇବ ବିଛା ସରିଥିବା ବେଳେ ତାହା ମରାମତି କରିନାହଁ ଉକ୍ତ ଠିକାସଂସ୍ଥା ଯାହାଫଳ ରେ ଉକ୍ତ ଗାଁ ଦାଣ୍ଡ ରାସ୍ତା କାଦୁଅ ପଚପଚ ହୋଇ ରହିଛି । ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାର ସିମାନ୍ତ ଅଞ୍ଚଳ ହୋଇ ଥିବା ଯୋଗୁଁ ଏହି ଗାଁ ଦେଇ ଲୋକେ ଯିବା ଆସିବା କରି ଥାଆନ୍ତି। ରାସ୍ତା ର ଅବସ୍ଥା ଆତି ଶୋଚନୀୟ ଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହିଛି। ସୀମାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ପ୍ରଶାସନର ଦୃଷ୍ଟି ଦେଉନାହିଁ ଯାହାଫଳରେ ଅଞ୍ଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ତୁରେକେଲା ରୁ ମୀନକେତନ ନିଆଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *