
ଚଣ୍ଡିଖୋଲ : ୧୩/୧୨ : (କଳିଙ୍ଗ ପ୍ରଭା) : ବଡଚଣା ମାଟିର ମହାନ୍ ଯୋଦ୍ଧା ,ସାମାଜିକ ନ୍ୟାୟ ଆନ୍ଦୋଳନର ଅଗ୍ରଦୂତ, ଶ୍ରମଜୀବୀ ମାନଙ୍କର ବିପ୍ଳବୀ ସେନାଧ୍ୟକ୍ଷ, ଯୋଗଜନ୍ମl କର୍ମବୀର, ସଂକଳ୍ପ ବାଦୀ ରାଜନେତା, ସ୍ଵାଭିମାନୀ କିମ୍ବଦନ୍ତୀ ପୁରୁଷ, ଓଡ଼ିଶା ଜନଜାତି ଜନ ଆନ୍ଦୋଳନର ମୂଖ୍ୟ ପୁରୋଧା, ଯାଜପୁର ମାଟିର ଗର୍ବ ଗୌରବ ଓ ଅପ୍ରତିଦ୍ଵନ୍ଦୀ ଜନନାୟକ, ଯାଜପୁର ଲୋକସଭା ର ପୁର୍ବତନ ସାଂସଦ ସ୍ବର୍ଗତ ମୋହନ ଜେନାଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ମୋହନ ଜେନା ସ୍ମୁତି ସଂସଦ ଆନୁକୁଲ୍ୟରେ ପ୍ରେସ କ୍ଲବ ଚଣ୍ଡିଖୋଲ ଠାରେ ପାଳିତ ହୋଇଯାଇଛି। ସମାଜସେବୀଙ୍କ ଅନନ୍ତ ଚରଣ ଷେଣ୍ଢ ଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ଚାରଣ ସଭା ରେ ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, କାହୁଁ ଚରଣ ଦାଶ, ମହେଶ୍ୱର ବଳ, ସମର କେତନ ଲେଙ୍କା, କାମିନୀ ନାୟକ, ଡକ୍ତରପ୍ରୀୟନlଥମହାପାତ୍ର,
ଦେବରାଜ ବେହେରା, ଈଶ୍ୱର ପରିଡା, ରବୀନ୍ଦ୍ରନାଥ ଶାନ୍ତି, ପ୍ରକାଶ ଦାଶ, କାଞ୍ଚନବାଳl ଦାଶ, ଦିଲ୍ଲୀପ କୁମାର ନାୟକ,ପ୍ରଦିପକୁମାର ଜେନା ଧୁଳେଶ୍ୱର୍ ଦାସ, ଜଗନ୍ନାଥ ମୁଦୁଲି, ସଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ଜେନା ଶିବରାମ ସାହୁ, ପ୍ରଶାନ୍ତ କୁମାର ଜେନା,ପ୍ରମୁଖ ଯୋଗଦେଇ ସ୍ବର୍ଗତ ମୋହନ ଜେନାଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଶେଷରେ ସଂଯୋଜକ ପ୍ରଦୀପ କୁମାର ଧଳ ଧନ୍ୟବାଦ୍ ଅର୍ପଣ କରିଥିଲେ।