କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନର ଙ୍କ ନାଁ ରେ ବାଦାମବାଡ଼ି ଥାନାରେ ଏତଲା ।

କଟକ:ତା-୧୦/୧୨/- ସଂପ୍ରତି କଟକ ସହରରେ ମଶା ମାନଙ୍କର ଘନତ୍ଵ ବୃଦ୍ଧି ହେବା ସହ ଉପଦ୍ରବ ମଧ୍ୟ ବଢ଼ି ଚାଲିଛି ।ଖାଲି ସନ୍ଧ୍ୟା କି ରାତି ବୋଲି ନୁହେଁ ଦିନ ବେଳା ମଧ୍ୟ ମଶା ଦାଉରୁ ନିସ୍ତାର ମିଳୁନାହିଁ ।ମଶା ନିୟନ୍ତ୍ରଣରେ କଟକ ମହାନଗର ନିଗମ ବିଫଳ ହେଇଛି ।କଟକ ସହରରେ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଘଟିଛି ।ଏସବୁ ଦାୟିତ୍ଵ ସିଏମସି ଠିକା ସଂସ୍ଥାକୁ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବୁସ କଟିଙ୍ଗ ନାହିଁ, ଦୀର୍ଘ ଦିନ ଧରି ଡ୍ରେନ ସଫେଇ ନାହିଁ,ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ଦୀର୍ଘ ଦିନ ଧରି ପଡି ରହୁଛି, ମଶା ମରା ତେଲ ଓ ଧୂଆଁ ଦିଆଯାଉନାହିଁ କିମ୍ବା ଯଦି ଦିଆଯାଉଛି ତାହା ଏତେ ନିମ୍ନମାନର ଯେ ସେଥିରେ ମଶା ମରୁ ନାହାନ୍ତି,ଯାହା ଫଳରେ ମଶା ବଂଶ ବୃଦ୍ଧି ହେଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଡେଙ୍ଗୁ ମ୍ୟାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି ।ବିଶେଷ କରି ସିଏମସି ର ଅବହେଳାତ୍ମକ କାର୍ଯ୍ୟକୁ ଦାୟୀ କରି କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟ ରୁ କଟକ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ୍ ଙ୍କ ନେତୃତ୍ୱରେ କଂଗ୍ରେସ୍ ର ଏକ ପ୍ରତିନିଧି ମଣ୍ଡଳୀ ବାହାରି କଟକ ବାଦାମବାଡ଼ି ଥାନା ସମ୍ମୁଖରେ ମଶାରୀ ଟାଙ୍ଗୀ ଡେମନଷ୍ଟ୍ରେସନ କରିବାସହ ଭାରତୀୟ ନ୍ୟାୟ ସଂହିତା ୨୭୧ ଧାରା ଅନୁଯାୟୀ ଉଭୟ ସିଏମସି ର ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନର ଙ୍କ ନାଁ ରେ ଏତଲା ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ର ପ୍ରାକ୍ତନ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ,ଓ ରାଜେଶ୍ ସ୍ୱାଇଁ,କଟକ ସଦର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ,କଟକ ନଗର(ଜିଲ୍ଲା)କଂଗ୍ରେସ ର ମୁଖ୍ୟ-ମୁଖପାତ୍ର ମାନସ ପରିଡ଼ା,ଜିଲ୍ଲା କଂଗ୍ରେସ ର ପୂର୍ବତନ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ,ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ ଓ ଜୟ ନାରାୟଣ ତ୍ରୀପାଠୀ, ପୂର୍ବତନ କର୍ପୋରେଟର ପ୍ରଶାନ୍ତ ଭୋଇ,ଯୁବ ନେତା ପ୍ରତ୍ୟୁଷ ସାହୁ,ବରିଷ୍ଠ କଂଗ୍ରେସ ନେତା ରଜନୀ ବସ୍ତିଆ,ଋଷି କାଣ୍ଡି, କାଳନ୍ଦୀ ଖୁଣ୍ଟିଆ, ବିକି ଜେଠି,ସୁବ୍ରତ ସ୍ୱାଇଁ, ସନ୍ତୋଷ ବିଶ୍ଵାଳ,ଙ୍କ ସମେତ ଆଶିଷ ରାଉତ୍,ଅଭିଜିତ ରାଉତ୍, ସାଗର ନାୟକ,ବିଶ୍ୱଜିତ୍ ରାଉତ୍, ମୋହନ ନାୟକ,ଓ ଆକାଶ ନାୟକ ପ୍ରମୁଖ ଯୋଗଦେଇ ଥିଲେ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ।

Leave a Reply

Your email address will not be published. Required fields are marked *