ସ୍ଥାନୀୟ ଲୋକକଳା କଳାକାରଙ୍କୁ ଅଣଦେଖା ଅଭିଯୋଗରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ

କଲ୍ୟାଣସିଂହପୁର (ତପନ କାଡ୍ରାକା) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କଳା ସଂସ୍କୃତି ସଙ୍ଘ ପଞ୍ଜୀକୃତ ଲୋକକଳା କଳାକାର ମାନେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛା ଙ୍କ ନେତୃତ୍ୱରେ ବ୍ଲକ୍ କାର୍ଯ୍ୟାଳୟ କୁ ଯାଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ତଥା ବ୍ଲକ୍ ସଭାପତି ଙ୍କ ଜରିଆରେ ଜିଲ୍ଲାପାଳ ତଥା ଜିଲା ସଭାପତି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏହି ସମୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଉପସ୍ଥିତ ନ ଥିବାରୁ ଏହାକୁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଗ୍ରହଣ କରିଛନ୍ତି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି କି ଦୀର୍ଘ ଦିନ ଧରି ଲୋକକଳା କଳାକାର ଙ୍କୁ କାମ ମିଳୁ ନ ଥିବା ନେଇ ବାରମ୍ବାର ଗୁହାରୀ କରିବା ପରେ ବି କୌଣସି କାମ ମିଳି ନ ଥିବା ବେଳେ ବାହାର ଜିଲ୍ଲା କଳାକାର ଆସି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚେତନ କାର୍ଯ୍ୟକ୍ରମ କରୁଥିବାର ନଜର ଆସିଛି ଯାହାକୁ ସ୍ଥାନୀୟ କଳାକାର ଦୃଢ଼ ବିରୋଧ କରିବା ସହ ଏହି କାର୍ଯ୍ୟକ୍ରମକୁ ବନ୍ଦ କରି ସ୍ଥାନୀୟ କଳାକାର ଙ୍କୁ ସୁଯୋଗ ଦିଆ ଯାଉ ବୋଲି ଦାବୀ କରିଛନ୍ତି ଏବଂ ସମୀକ୍ଷା ବୈଠକ କରି ଆଞ୍ଚଳିକ ଲୋକକଳାର ପ୍ରଚାର ପ୍ରସାର ସହ କଳାକାର ଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯାଉ । ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ସମେତ ବରିଷ୍ଟ ଲୋକକଳା କଳାକାର ବାସୁଦେବ ମାର୍ଥା, ସୁରେଶ ବିଡ଼ିକା, ନରେନ୍ଦ୍ର ଗଣ୍ଡିଆ, ଟଙ୍କଧର ନେମାଲପୁରୀ , ଚନ୍ଦନ ଗୁଡ଼ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *