ଡ଼. ଆମ୍ୱେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ଭାରତ ରତ୍ନ ଆମ୍ୱେଦକରଙ୍କ 68ତମ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର,6/12 : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ଭାରତ ରତ୍ନ ଡ଼. ବି.ଆର. ଡ଼. ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶୁକ୍ରବାର ପୂର୍ବାହ୍ନରେ ଡ଼. ଆମ୍ୱେଦକର ସାଂସ୍କୃତିକ ଯୁବକ ସଂଘ ପକ୍ଷରୁ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆମ୍ୱେଦକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ସଂଘର ସାଧାରଣ ସମ୍ପାଦକ ପଦ୍‌୍ମଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହିନ୍ଦ୍‌‍ ମଜଦୁର ସଭା ରାଜ୍ୟ ଉପସଭାପତି ତଥା ବରିଷ୍ଠ ସାମ୍ୱାଦିକ ରବି ରଥ, ବ୍ରହ୍ମପୁର ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଲ, ରାଜ୍ୟ ଭାଜପାର ସ୍ପୋକ୍ସ ମ୍ୟାନ୍‌‍ ପ୍ରଦୀପ ନାୟକ, ଭାଜପା ନେତା ଟି. ଗୋପୀ, ସଂଯୋଜକ ବନମାଳୀ ସେଠୀ, ତପନ କୁମାର ପାଢ଼ୀ, ରମେଶ ଚନ୍ଦ୍ର ବାଙ୍ଗାରୀ, ଭୁବନେଶ୍ଵର ନାୟକ, ଆଡ଼ଭୋକେଟ୍‌‍ ଆଦିତ୍ୟ ନାୟକ, ସମାଜସେବୀ ମନୋଜ କୁମାର ବେହେରା, ଭାଜପା କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର କୁମାର ଦାସ, ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ପଣ୍ଡା, ସାମ୍ୱାଦିକ ବିଜୟ ଗୌଡ଼, ଅଶୋକ ନିମାଇ, ସମାଜସେବୀ ଭାସ୍କର ହାତୀ, ଗାଗାରିନ ନାୟକ, ଦେବ ନାୟକ, ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ରହି ଆମ୍ୱେଦକରଙ୍କ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ କୁହାଯାଇଥିଲା ।

(ପଦ୍ମ ଚରଣ ନାୟକ)
ସାଧାରଣ ସମ୍ପାଦକ
ଡ଼. ଆମ୍ୱେଦକର ସାଂସ୍କୃତିକ ଯୁବକ ସଂଘ,
ବ୍ରହ୍ମପୁର, ମୋ-7609864036

Leave a Reply

Your email address will not be published. Required fields are marked *