ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳନ

ଛତ୍ରପୁର : ୦୬.୧୨.୨୪

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗଞ୍ଜାମ ବ୍ଲକ ତାରିଣୀ ପଲ୍ଲୀ ଗ୍ରାମରେ ଏକ ସ୍ବେଛାସେବୀ ସମ୍ଭର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଆୟୋଜିତ ସଭାରେ ପୋଇରାସୀ ପଞ୍ଚାୟତ ସରପଞ୍ଚ ଶ୍ରୀ ରବୀନ୍ଦ୍ରନାଥ ବେହେରା ମୁଖ୍ୟ ଅତିଥି ଓ ଓଡ଼ିଶା ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଉମାକାନ୍ତ ବେହେରା ମୁଖ୍ୟ ବକ୍ତା, ସଂଗଠନ ପ୍ରତିଷ୍ଠାତା ଶ୍ରୀ ଡି ଦେବହରି ରେଡ଼ି , ତାରିଣୀ ପଲ୍ଲୀ ଗ୍ରାମ୍ୟ ସଭାପତି ଶ୍ରୀ ଚୈତନ୍ୟ ରେଡ୍ଡୀ ଓ ଅନୁଷ୍ଠାନ ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଷ୍ଠାତା ଶ୍ରୀ ରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବେହେରା ସଂଗଠନର ସମାଜ କଲ୍ୟାଣ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିବା ସହ ପ୍ରତ୍ୟେକ ଅଞ୍ଚଳରେ ଏଭଳି ସ୍ବେଛାସେବୀ ସଂଗଠନ ରହିବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବେହେରା ସମାଜ ଗଠନରେ ସ୍ବେଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରି କିଭଳି ସଂଗଠନ ଦୀର୍ଘ ବାର ବର୍ଷ ଧରି ସମାଜ କଲ୍ୟାଣ ପାଇଁ କାର୍ଯ୍ୟଧାରା ଜାରୀ ରଖିଛି ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବି ଦେବାଶିଷ ରେଡ଼ି ସ୍ବାଗତ ଭାଷଣ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗୌଡ଼ ସଂଗଠନର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ ଅନୁଷ୍ଠାନ ଦୀର୍ଘ ବାର ବର୍ଷ ଧରି କିପରି ପ୍ରତିକୂଳ ଅନୁକୂଳ ବାତାବରଣରେ ଲୋକଙ୍କ କୋପ, ଇର୍ଷା, ଅସହିଷ୍ଟୁତାକୁ ଖାତିର ନକରି ନିଜର ଶୃଙ୍ଖଳିତ କାର୍ଯ୍ୟକ୍ରମ ଜାରୀ ରଖିଛି ବୋଲି ମତ ରଖିଥିଲେ। ସଭାପତି କୈଳାଶ ଚନ୍ଦ୍ର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। କୁନି ସ୍ବେଛାସେବୀ ଡି ବ୍ରିସାଙ୍କ ରେଡି, ଗୌତମ ସେଠୀ, ଏ ଅଙ୍କିତା ରେଡ୍ଡୀ ପ୍ରମୁଖ ସ୍ବେଛାସେବୀ ଭାବେ କରିଥିବା ସ୍ମୃତିକୁ ପ୍ରକାଶ କରିଥିଲେ।
ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟକରିଥିବା କାହ୍ନା ଗୌଡଙ୍କୁ ୱାଇ ଫର୍ ଭି ସ୍ବେଛାସେବୀ ସମ୍ମାନ -୨୦୨୨, ଜିତେନ୍ଦ୍ର ବିଷୋୟୀ ଙ୍କୁ ୱାଇ ଫର୍ ଭି ସ୍ବେଛାସେବୀ ସମ୍ମାନ -୨୦୨୩ ଓ ବିରଞ୍ଚି ନାରାୟଣ ନାହାକ ଙ୍କୁ ୱାଇ ଫର୍ ଭି ସ୍ବେଛାସେବୀ ସମ୍ମାନ -୨୦୨୪ ରେ ସମ୍ମାନିତ କରାଯାଇଥିଲା।
ଦୀପକ ଗୌଡ଼,ଶୁଭମ୍ ମହାରଣା, ଆର୍ ଗଣେଶ ରେଡ୍ଡୀ,ପ୍ରଶାନ୍ତ ମହାପାତ୍ର,ନିରଞ୍ଜନ ମହାପାତ୍ର, ଆର୍ ମାଗୁଣି ରେଡ଼ି,ୟୁ ସିମାଞ୍ଚଳ ଓ ସୁରେନ୍ଦ୍ର ଗୌଡ଼ ପ୍ରମୁଖ ପରିଚାଳନା ଆର୍ ଶିବଶଙ୍କର,ନିରାକାର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *