“ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଦାୟିତ୍ୱ ଗ୍ରହଣ”

ବାରିପଦା(କ:ବ୍ଯୁ)ତାଠ ୦୨.୧୨.୨୦୨୪ ରିଖ// ଆଜି ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ, ଶ୍ରୀ ବେହେରା ଦେଓଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ଏବଂ ପୂର୍ବରୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । 

ଜଣେ ମିଷ୍ଟଭାଷୀ ଏବଂ ମେଳାପୀ ସହିତ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ବେହେରା ଖ୍ୟାତି ଅର୍ଜନ କରିଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଶ୍ରୀ ବେହେରାଙ୍କୁ ସ୍ୱାଗତ କରିଛନ୍ତି। ଜିଲ୍ଲା ପରିଷଦରେ ମଧ୍ୟ ଆଜି ଶ୍ରୀ ବେହେରାଙ୍କୁ ସ୍ୱାଗତ କରାଯାଇଛି। ପୂର୍ବରୁ, ଏହି ଦାୟିତ୍ୱରେ ଶ୍ରୀ ରଜନୀକାନ୍ତ ସ୍ୱାଇଁ କାର୍ଯ୍ୟରତ ଥିଲେ ଏବଂ ପ୍ରଶାସନିକ ସ୍ତରର ଅଦଳବଦଳରେ ପଦୋନ୍ନତି ପାଇ, ସେ ବଦଳି ହୋଇ ଯାଇଥିଲେ। ଏଣୁ ଭାରପ୍ରାପ୍ତ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ଶାନ୍ତନୁ ନାୟକ, ବର୍ତ୍ତମାନ କାର୍ଯ୍ୟରତ ଥିଲେ ଏବଂ ଆଜି ଶ୍ରୀ ବେହେରାଙ୍କ କାର୍ଯ୍ୟସ୍ଥଳୀରେ ଯୋଗଦାନ ପରେ ସେ ଶ୍ରୀ ନାୟକଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।ଇତି।

           ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *