
ଛତ୍ରପୁର : ୨୬.୧୧.୨୪
(ମିଥୁନ ବାରିକ୍)
ଛତ୍ରପୁର : ଗାଡି ଯାଞ୍ଚ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଛତ୍ରପୁର ଏ ଆର୍ଟିଓ ଏଵଂ କନିଷ୍ଠ ମୋଟର ଯାନ ନିରୀକ୍ଷକଙ୍କ ସହ ୪ଜଣ ଯୁବକଙ୍କୁ ଅଟକ ରଖିଛି ଗୋଳନ୍ଥରା ଥାନା ପୋଲିସ ଗଞ୍ଜାମ ଗୋଳନ୍ଥରା ସୋରଳ ରୋଡ଼ ମଧ୍ୟରେ ଛତ୍ରପୁର ଆରଟିଓ ଅଫିସର କିଛି ଅଧିକାରି ଓ କିଛି ଯୁବକ ମାନେ ମିଳିତ ଭାବରେ ଟ୍ରକ,ଟ୍ରଲର ମାନଙ୍କ ଠାରୁ ଯାଞ୍ଚ ଆଳରେ ଚାନ୍ଦା ଆଦାୟ କରୁଥିଲେ ଏହି ଘଟଣା ଜାଣିବାପରେ ପୋଲିସ ଉକ୍ତ ସ୍ଥାନକୁ ଯାଇ ଅଭିଯୁକ୍ତଙ୍କୁ ଧରିବା ବେଳେ କିଛି ଜଣ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ
ତେବେ ଅଭିଯୁକ୍ତ ମାନଙ୍କୁ ଅଟକ ରଖିବା ସହ ଆଜି ଛତ୍ରପୁର ଏ ଆରଟିଓ ଙ୍କ ଘରକୁ ଯାଞ୍ଚ କରିବାକୁ ଯାଇ ୮୨୫୦୦ ଟଙ୍କା ଜବତ କରିଛି ଗୋଳନ୍ଥରା ଥାନା ପୋଲିସ
ଟ୍ରକ ଡ୍ରାଇଭର ମାନଙ୍କ ଠାରୁ ଅଭିଯୁକ୍ତ ମାନେ ଜୋରଜବରଦସ୍ତ ଟଙ୍କା ମାଗୁଥିବାର ଭିଡିଓ ଭାଇରଲ ହୋଇଥିଲା ।