ନିୟମଗିରି ପାହାଡ଼ ପାଦଦେଶରେ ବସବାସ କରୁଥିବା ଦୁର୍ଗମ ଅଞ୍ଚଳ ରେ ମୈଳିକ ସୁବିଧା ରୁ ବଞ୍ଚିତ ଡଙ୍ଗରିଆ କନ୍ଧ।

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡା ବ୍ଲକ ଅଧିନସ୍ଥ ମୁନିଖୋଲ ପଞ୍ଚାୟତ ର ଗୁଞ୍ଜାପାଇ ଗ୍ରାମ ରେ ମୈଳିକ ସୁବିଧା ରୁ ବଞ୍ଚିତ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଦେଶରେ ବସବାସ କରୁଥିବା ଜନଜାତି ଡ଼ଙ୍ଗରିଆ କନ୍ଧ। ଆଜକୁ ଦୀର୍ଘ ଭାରତ ସ୍ଵାଧିନତା ର ୭୭ ବର୍ଷ ବିତିଗଲାଣି ଆଜି ପର୍ଯ୍ୟନ୍ତ ମୈଳିକ ସୁବିଧା ପାଇବାରୁ ବଞ୍ଚିତ। ଏହି ଗୁଞ୍ଜାପାଇ ଗ୍ରାମ ରେ ପ୍ରାୟ ୩୦ ପରିବାର ବସବାସ କରୁଥିବା ବେଳେ ୧୫୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଗମ ପାହାଡ଼ିଆ ନିୟମଗିରି ପାହାଡ ପର୍ବତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ନିଜ ଜୀବନ ବଞ୍ଚାଇବା ପାଇଁ ସାହା ଭରଷା ଝରଣା ପାଣି ଓ କନ୍ଦମୂଳ ଜଙ୍ଗଲ ରୁ ମିଳୁଥିବା ଇତ୍ୟାଦି ବିଭିନ୍ନ ପ୍ରକାର ର ଖାଦ୍ୟ ସଂଗ୍ରହ କରି ଜୀବନ କାଟନ୍ତି। ଏଭଳି ଏହି ଗୁଞ୍ଜାପାଇ ଗ୍ରାମ କୁ ଯିବା ପାଇଁ ହେଲେ ବହୁତ ଜୀବନ ସହ ସଂଘର୍ଷ କରି ଯିବାକୁ ପଡ଼ିଥାଏ ଏଠି ପାଦ ଚଲା ବାଟ ଛଡ଼ା ଆଉ ଉପାୟ ଶୂନ୍ୟ। ଦୁର୍ଗମ ଇଲାକା ବୋଲି ନା ଅଛି ଭଲ ରାସ୍ତା , ନା ଅଛି ସ୍ବଚ୍ଛ ପାନୀୟ ଜଳ , ନା ଅଛି ସ୍ବାସ୍ଥ୍ୟ ସେବା , ନା ଅଛି ଶିକ୍ଷା ର ବ୍ୟବସ୍ଥା। ନା ଅଛି ଇନ୍ଦିରା ଆବାସ ଗୃହ , ନା ଅଛି ଉଜ୍ଜଳ ର ବିଦ୍ୟୁତ୍ ସେବା ଏହି ଦୁର୍ଗମ ଅଞ୍ଚଳ ପାଇଁ ଏସବୁ ପାଲଟିଛି ସାତ ସପନ। ଏହି ଅପହଞ୍ଚ ଦୁର୍ଗମ ଗୁଞ୍ଜାପାଇ ଗ୍ରାମ କୁ ଗମନାଗମନ ସମ୍ପୁର୍ଣ୍ଣ ଭାବେ ଅସୁବିଧା ସମ୍ମୁଖୀନ ହେଉଥିବାରୁ କୈାଣସି ପ୍ରକାରେ ସୁବିଧା ପାଇବାରୁ ବଞ୍ଚିତ ଡଙ୍ଗରିଆ କନ୍ଧ। ଦୁର୍ଗମ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଆଦିମ ଓ ହରିଜନ ଉନ୍ନୟନ ବିଭାଗ ଓଡ଼ିଶା ସରକାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ବାରା ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ସୁବିଧା ଯୋଗାଇଦେବା ନିମନ୍ତେ ଲୋକଙ୍କ ଫୋଟ ଦେଖାଇ ଲୋକଙ୍କୁ ସୁବିଧା ଯୋଗାଇ ଦେବା ନାଁରେ ଟଙ୍କା ହରି ଲୁଟ୍ କରାଯାଉଥିବା ଜଣାପଡ଼ୁଛି। ସରକାର ଡଙ୍ଗରିଆ କନ୍ଧ ମାନଙ୍କ ପାଇଁ ବିଭିନ୍ନ ମାର୍ଗ ରେ କୋଟି କୋଟି ଟଙ୍କାର ବ୍ୟୟ କରି ଠିକାଦାର ମାନଙ୍କ ଦ୍ବାରା କାର୍ଯ୍ୟ କଳାପ ସହଯୋଗ କରାଉଥିବା ତାହା ଏଠି ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏଭଳି ଗୋଟିଏ ନୁହେଁ କି ଦୁଇଟି ନୁହେଁ ଅନେକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଡଙ୍ଗରିଆ କନ୍ଧ। ଏହି ପାହାଡ଼ିଆ ଅଞ୍ଚଳ ମାନଙ୍କ ପାଇଁ ନୂତନ ରାସ୍ତା ନିର୍ମାଣ କରାଯାଉଥିଲା କିନ୍ତୁ ଠିକାଦାର ଙ୍କ ମନମୁଖୀ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତା ଅଧାପନ୍ତରିଆ ହୋଇ ବେହାଲ ହେଇଯାଥିବା ଦେଖିବାକୁ ମିଳୁଛି। ଏହି ଗୁଞ୍ଜାପାଇ ଗାଁ କୁ ଯିବା ପାଇଁ ହେଲେ ସ୍ଥାନୀୟ ମୁନିଗୁଡା ବ୍ଲକ ଠାରୁ ପ୍ରାୟ ୧୨ କିଲୋମିଟର ଦୂର ପଡ଼ିଥାଏ ଏହି ଦୁର୍ଗମ ଅଞ୍ଚଳ। ଜନଗଣନା ଭୋଟ ଗଣତି ବେଳେ ପ୍ରଚାର ପ୍ରସାର କରି ଭୋଟ ଭିକ୍ଷା ମାଗିବାକୁ କୁ। ବହୁତ ନେତା ମନ୍ତ୍ରୀ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହା ପ୍ରତିଶ୍ରୁତି ରେ ସ୍ବପ୍ନ ପାଲଟି ଯାଏ। ଏନେଇ ଗାଁ ର ସମସ୍ୟା କୁ ନେଇ ପ୍ରତିଶ୍ରୁତି ର ଆଧାର ରେ ଆଶା ଭରସା କରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପର୍ଯ୍ୟନ୍ତ ଲିଖିତ ଏବଂ ମୈଖିକ ଆକାର ରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ତାହା କାଗଜ କଲମରେ ହିଁ ସୀମିତ ହୋଇ ରହିଯାଇଛି। ଏହି ଦିଗରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନିକ ଅଧିକାରୀ ଓ ରାଜନେତା ଗଣ କେବେ ଦୃଷ୍ଟି ଦେଇ ପାହାଡ଼ିଆ ଅଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ମାନଙ୍କୁ ସରକାରୀ ସୁବିଧା ଆଉ କେବେ ଯୋଗାଇ ବେ ତାହା ଦେଖିବାକୁ ବାକି ରହିଲା । ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *