
ରିପୋର୍ଟର- ସୁରେଶ କୁମାର ପାଢୀ
କଲ୍ୟାଣସିଂହପୁରତା-:ତା-୨୩/୧୧/୨୪
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀକଲ୍ୟାଣ ସମିତି ଅଧ୍ୟକ୍ଷ ବିଷମକଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ନୀଳମାଧଵ ହିକକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରୋଗୀ କଲ୍ୟାଣ ସମିତିର ସମ୍ପାଦକ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସମ୍ୟ ରଞ୍ଜନ ଜେନା,ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ମଞ୍ଚାସିନ ରହିଥିଲେ ।୨୦୨୩-୨୦୨୪ବର୍ଷରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଆସିଥିବା ୫ଲକ୍ଷ ଟଙ୍କା ଅର୍ଥରେ କି କି କାର୍ଯ୍ୟ କରାଯାଇଛି ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉର୍ଣ୍ଣତି ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲାଇଟ ବ୍ୟବସ୍ଥା , ସ୍ୱାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ ଭଳି ୨୫ଟିକାର୍ଯ୍ୟ କରିବା
ପାଇଁ ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତି ରେ ଅନୁମୋଦିତ କରାଯାଇଛି ।ରୋଗୀ କଲ୍ୟାଣ ସମିତିର ସଦସ୍ୟ ସିଡିପିଓ ମମତା ରାଣୀ ଦାସ, ଡାକ୍ତର ଅର୍ଣ୍ଣପୁର୍ଣ୍ଣ। ତାଣ୍ଡି ,ଜଳଯୋଗାଣ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।ବିପିଏମ କୈଳାସ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।ଏହାପରେ ବିଧାୟକ ଙ୍କ କରକମଳରେ ପାର୍ଷାଲି ପଞ୍ଚାୟତର ଡଙ୍ଗରିଆ ଗ୍ରାମ ବୁଡୁଣୀ ରେ ଔଷଧୀୟ ବୁଡା ଦୀର୍ଘକାଳୀନ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରିଥିଲେ ।ଏଥିରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା,ସିହେଚ ନାଗେଶ୍ୱର ରାଓ, ଗୁଡୁଲ୍ଲା ପ୍ରସାଦ ରାଓ ,ସରପଞ୍ଚ ବାମ କାଡ୍ରାକା ,ଗୌତମ ବାର୍ଲି,ଆଶା, ଅଙ୍ଗନୱାଡି କର୍ମୀ ,ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ସମେତ କଂଗ୍ରେସ ଦଳୀୟ ନେତା କର୍ମୀ ଉପସ୍ଥିତ ରହିଥିଲେ । ପୂର୍ତ୍ତି ବିଭାଗ ବଙ୍ଗଳାରେ ଦଳୀୟ ବୈଠକ କରି ଫେରିଥିଲେ ।