ସହଦେବ ମେମୋରିଆଲ ଫୁଟ ବଲ ଉଦଯାପିତ

ଜୟପାଟଣା ୨୩/୧୧
ଜୟପାଟଣା ବ୍ଲକ ଅନ୍ତର୍ଗତ ଚଞ୍ଚରା ପଡା ଖେଳ ପଡିଆ ଠାରେ ମା ଠାକୁରାଣୀ ଯୁବ ପରିଷଦ ଦ୍ବାରା ଆୟୋଜିତ ଷଷ୍ଠ ଦିବସୀୟ ସହଦେବ ରାଉତ ସ୍ମୃତି ଅନ୍ତଃ ବ୍ଲକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି|ଏହି ପ୍ରତିଯୋଗିତା ରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସାଗର ଏକାଦଶ ଜୟପାଟଣା ବାଲି ଜୋର୍ କ୍ଲବ କୁ ୨/୦ରେ ପରାସ୍ତ କରି ବିଜେତା ଘୋଷିତ ହୋଇଥିଲା|ଫାଇନାଲ ମ୍ୟାଚ ରେ ସତ୍ୟାନନ୍ଦ ମାଝୀ କ୍ରୀଡ଼ା ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ରେ ସୁରେଶ ଚନ୍ଦ୍ର ପଣ୍ଡା, ମୁନା ମାଝୀ, ରଘୁନାଥ ହେମ୍ବ୍ରମ, ସୌମ୍ୟ ରଞ୍ଜନ ଛତ୍ରିଆ ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ|ଦୁଃଶାସନ ଖର୍ସେଲ ଧାରା ବିବରଣୀ ପ୍ରଦାନ କରିଥିଲେ|ଆୟୋଜିତ ପୁରସ୍କାର ବିତରଣ ସମାରୋହ ରେ ଶଶି ଧର ରାଉତ ଅଧ୍ୟକ୍ଷତା କରିଥିବା ବେଳେ ଅବସର ପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ|କ୍ରୀଡାବିତ୍ ତଥା ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ପ୍ରତିଭା କୁ ପ୍ରଶଂସା କରିଥିଲେ|ପୂର୍ବ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ, ପ୍ରତାପ ପୁର ସରପଞ୍ଚ ଚନ୍ଦନ ପୁଝାରୀ, ନାଏବ ସର ପଞ୍ଚ କୃତିବାସ ଦଳପତି, ସାମ୍ବାଦିକ ଅଶ୍ରଗ ଅଲ୍ଲୀ, ବ୍ୟୋମକେଶ ପଣ୍ଡା, ସମ୍ପାଦକ ସୁଶାନ୍ତ ରାଉତ ସମାଜ ସେବୀ ଅଶୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ|ବିଜେତା ଦୁଇ ଟିମ୍ କୁ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇ ଥିଲା|

Leave a Reply

Your email address will not be published. Required fields are marked *