
ଅନୁଗୋଳ :- ଅନୁଗୋଳ ସ୍ଥିତ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ ଆନୁକୁଲ୍ୟରେ ତା ୧୯/୧୧/୨୦୨୪ ରିଖ (ମଙ୍ଗଳବାର) ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ସଡ଼କ ସୁରକ୍ଷା ଜନସଚେତନ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ବିଦ୍ୟାଳୟ ର ଅଧ୍ଯକ୍ଷା ପୋଲିସ୍ ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି ପଦଯାତ୍ରାଟି ବିଦ୍ୟାଳୟ ର ଅଧ୍ଯକ୍ଷା ଶ୍ରୀମତୀ ଏସ୍ ଚିତ୍ରା, ଆଞ୍ଚଳିକ କାର୍ଯ୍ୟଭାର ଏମ୍ ସୁମନ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନୁଗୋଳ ପୋଲିସ୍ ଙ୍କ ତତ୍ତ୍ଵାବଧାନରେ ସ୍କୁଲର ସମସ୍ତ ଛାତ୍ରଛାତ୍ର ଙ୍କ ଦ୍ବାରା ସଡ଼କ ସୁରକ୍ଷା ଜନସଚେତନ ପଦଯାତ୍ରା କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ତେବେ ଏହି ପଦଯାତ୍ରା ଟି ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବାହାରି ସ୍ଲୋଗାନ ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇଥିଲା।