


ରାୟଗଡ଼ା ସ୍ଥିତ ରେଳବାଇ ପଡ଼ିଆରେ ରାୟଗଡ଼ା ଜିଲ୍ଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦ୍ଘାଟିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବି ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କାଡ୍ରକା ଅପଲସ୍ଵାମି, ମାନ୍ୟବର ବିଧାୟକ ରାୟଗଡ଼, ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ସବୁ ପ୍ରକାର ଯୋଜନା କରୁଛନ୍ତି । ଏହାଦ୍ଵାରା ଲୋକମାନଙ୍କର ଆୟ ଦ୍ୟୁଗୁଣିତ ହେବା ସଙ୍ଗେ ସଙ୍ଗେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମୁଖ୍ୟ ଅତିଥ୍ ମତ ରଖୁଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ନୀଳମାଧବ ହିକକା, ମାନ୍ୟବର ବିଧାୟକ ବିଷମ କଟକ ଓ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ମାନ୍ୟବର ବିଧାୟକ, ଗୁଣୁପୁର ମତ୍ସ୍ୟ ଓ ପ୍ରାଣୀ ପାଳନ କୁ ବ୍ୟବସାୟ ଭିଭି ରେ ଗ୍ରହଣ କରି ବେକାରୀ ସମସ୍ୟା କୁ ଦୂରୀଭୂତ କରାଯାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁଶ୍ରୀ ସରସ୍ଵତୀ ମାଝୀ,ଅଧ୍ଯକ୍ଷା ଜିଲ୍ଲା ପରିଷଦ ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ପାଳନ କରି ମହିଳା ମାନେ ସ୍ଵାବଲମ୍ବୀ ହୋଇପାରିବେ ବୋଲି ମତ ରଖୁଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର , ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାୟଗଡ଼ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ମସ୍ୟ, ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ର ରେ ସେମାନଙ୍କ ଭୂମିକା କୁ ଭୂୟସୀ ପ୍ରଶଂସା କରିଥିଲୋଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ରାୟଗଡ଼, କୋଲନରା, କାଶିପୁର, ରମନାଗୁଡ଼ା ଓ କଲ୍ୟାଣସିଂପୁର ର ଅଧ୍ୟକ୍ଷ/ ଅଧ୍ଯକ୍ଷା ମାନେ ଉପସ୍ଥିତ ଥିଲେ । ତତ୍ସହିତ ଜିଲ୍ଲା ପରିଷଦ ସଭ୍ୟ କ ଓ ଖ ଜୋନ ରାୟଗଡ ଯୋଗଦାନ କରିଥିଲେ ।ଉକ୍ତ ସଭା ରେ ଡାକ୍ତର ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକାରୀ ରାୟଗଡ଼ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଉକ୍ତ ସଭା ରେ ସଭାପତି ଶ୍ରୀମତି ପରୁଲ୍ ପଟୱାରୀ, ଜିଲ୍ଲାପାଳ ତଥା ଜିଲ୍ଲା ନ୍ୟାୟସ ରାୟଗଡ଼ ମତ୍ସ୍ୟ ଓ ପ୍ରଣୀସମ୍ପଦ ବିକାଶ ବିଭାଗ ର ତୃଣ ମୂଳ ସ୍ତର ର କର୍ମକର୍ତ୍ତା । ଙ୍କର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲୋ ଉକ୍ତ ମେଳା ରେ ବିଶେଷ ଆକର୍ଷଣ ସ୍ୱରୂପ ସ୍ୱରୂପ ଜୀବର ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀ ମାନଙ୍କ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା I ସରକା କାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ୩୧ଟି ଷ୍ଟଲ ର ପ୍ର ପ୍ରଦର୍ଶନ କର କରାଯାଇଥିଲା ଏହାସହିତ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାର ସଫଳ ପ୍ରାଣୀ ପାଳକ ଚାଷୀ ହିସାବ ରେ ସଂଘମିତ୍ରା ପାଢ଼ୀ,ରାୟଗଡ ଓ ଖଗପତି ନାୟକ କାଶିପୁର ଏବଂ ଜିଲ୍ଲା ର ସଫଳ ମତ୍ସ୍ୟ ଚାଷୀ ହିସାବ ରେ କଞ୍ଜକା କ୍ରିଷ୍ଣା କଲ୍ୟାଣସିଂପୁର୍ ଓ ଲକ୍ଷ୍ମଣ ବେହେରା କୋଲନରା ଙ୍କୁ ଉପଢୌକନ ସହିତ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥୁଲା, ତତ୍ ସହିତ ବ୍ଲକ ସ୍ତର ରେ ପ୍ରାଣୀ ପାଳକ ଚାଷୀ ହିସାବ ରେ କୃଷ୍ଣ ଚନ୍ଦ୍ର ହିଆଲ ବିଷମ କଟକ ଓ ମତ୍ସ୍ୟ ଚାଷୀ ହିସାବରେ ଯୋଗେନ୍ଦ୍ର ଡୁବ୍ରୁକା, ଚନ୍ଦ୍ରପୁର ଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ଅଧୂବେଶନ ରେ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଡାକ୍ତର ମନୋଜ କୁମାର ପଟ୍ଟନାୟକ ଯୁଗ୍ମ ନିର୍ଦ୍ଦେଶକ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ, କଟକ ଯୋଗ ଦାନ କରି ଘାସ ଚାଷ ମାଧ୍ୟମ ରେ ଗୋପାଳନ ଏକ ଲାଭ ଜନକ ବ୍ୟବସାୟ ଶୀର୍ଷକ ଉପରେ ଆଲୋକପାତ କରି ଥିଲେ Iଅନ୍ୟତମ ବିଶେଷଜ୍ଞ ହିସାବ ରେ ଉକ୍ତର ପରାଗ ଆଚାର୍ଯ୍ୟ ବୈଜ୍ଞାନିକ ଭବାନୀ ପାଟଣା ଯୋଗଦାନ କରି ଗୋଶାଳା ମାଧ୍ୟମ ରେ ପ୍ରାଣୀ ମଙ୍ଗଳ କାର୍ଯକ୍ରମ ଶୀର୍ଷକ ଉପରେ ଆଲୋଚନା କରି ଥିଲେ । ତତ୍ସହିତ ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ ଉପ ନିର୍ଦେଶକ ମତ୍ସ୍ୟ ବିଭାଗ କଟକ คอ ସ୍ଥ୍ୟ ପାଳନ କ୍ଷେତ୍ର ରେ ସରକାରୀ ଯୋଜନା ମାଧ୍ୟମ ରେ ଚାଷୀ ମାନଙ୍କ ର ଅର୍ଥ ନୈତିକ ଅଭିବୃଦ୍ଧି ଶୀର୍ଷକ ଏବଂ ଶ୍ରୀଯୁକ୍ତ ପ୍ରିତମ ତ୍ରିପାଠୀ, ସହକାରୀ ପ୍ରାଧାପକ ସେଞ୍ଚରି ୟାନ ବିଦ୍ୟାଳୟ, ଗଜପତି, ମତ୍ସ୍ୟ ପାଳନ କ୍ଷେତ୍ର ରେ ନୂତନ ଜ୍ଞାନକୌଶଳ ବ୍ୟବହାର ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଶେଷରେ ସରକାରଙ୍କର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା I ସର୍ବ ଶେଷରେ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠୀ, ଜିଲ୍ଲା ମତ୍ସ୍ୟ ଅଧୁକାରୀ ରାୟଗଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ରାୟଗଡା ରୁ ତପନ କାଡ୍ରାକା l