📝ଯାହାଙ୍କ ଚେତନାର ସ୍ପର୍ଶରେ ସମଗ୍ର ବିଶ୍ବ ଚେତନ ହୋଇଥାଏ, କିନ୍ତୁ ବିଶ୍ବ ଯାହାଙ୍କୁ ଚେତନା ଦାନ କରିପାରେନାହିଁ; ବିଶ୍ବ ଶୋଇପଡ଼ିଲେ ମଧ୍ୟ ଯେ ପ୍ରଳୟକାଳରେ ଜାଗ୍ରତ ରହନ୍ତି; ଯାହାଙ୍କୁ ଏହି ବିଶ୍ବ ସିନା ଜାଣିପାରୁନାହିଁ, କିନ୍ତୁ ଯେ ବିଶ୍ବକୁ ଜାଣନ୍ତି, ସେ ହିଁ ପରମାତ୍ମା । ଏହି ସମ୍ପୂର୍ଣ୍ଣ ବିଶ୍ବ ଏବଂ ବିଶ୍ବରେ ରହୁଥିବା ସମସ୍ତ ଚରାଚର ପ୍ରାଣୀ – ସମସ୍ତେ ସେହି ପରମାତ୍ମଙ୍କ ଦ୍ବାରା ଓତପ୍ରୋତ । ତେଣୁ ସଂସାରର କୌଣସି ପଦାର୍ଥରେ ମୋହ ନ ରଖି, କେବଳ ଜୀବନ ନିର୍ବାହ ଉଦ୍ଦେଶ୍ୟରେ ତାହା ଉପଭୋଗ କରିବା ଉଚିତ । ତୃଷ୍ଣାକୁ ସର୍ବଥା ତ୍ୟାଗ କରିଦେବାକୁ ପଡ଼ିବ । ସଂସାରର ଏ ସମ୍ପତ୍ତିସବୁ କାହାର ଭଲା । ଭଗବାନ ହେଉଛନ୍ତି ସମସ୍ତଙ୍କର ସାକ୍ଷୀ । ସେହି ପ୍ରଭୁଙ୍କୁ ଆମର ବୁଦ୍ଧିବୃତ୍ତି କିମ୍ବା ନେତ୍ର ଆଦି ଇନ୍ଦ୍ରିୟମାନେ ଦେଖିପାରିବେ ନାହିଁ । ସକଳ ପ୍ରାଣୀଙ୍କ ହୃଦୟନିବାସୀ ସେହି ସ୍ବୟଂପ୍ରକାଶ ଅସଙ୍ଗ ପରମାତ୍ମଙ୍କ ଶରଣ ଗ୍ରହଣ କରିବା ଉଚିତ ।
🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹