
ଅନୁଗୁଳ (ଦିଲୀପ କୁମାର ଚୋପଦାର, କଳିଙ୍ଗପ୍ରଭା,ଟିଭି ) : କୋଇଲା ନଗରୀ ତାଳଚେର ଏକ ଖଣି ଖାଦାନ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଅଟେ । ତେଣୁ ଏଠାକୁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ବେପାର କରିବାକୁ ଆସିବା ସ୍ଵାଭାବିକ । ଏହା କୁ ନଜର ରେ ରଖି କିଛି ବ୍ୟବସାୟିକ ପ୍ରତିଷ୍ଠାନ ସରକାର ଙ୍କ ନିୟମ ,ବ୍ୟବସ୍ଥା କୁ ଆଖିଠାର ମାରି ଠକିବା ଆରମ୍ଭ କରିଥାନ୍ତି । ଲୋକ ଙ୍କ କହିବା ଅନୁଯାୟୀ ତାଳଚେର, ହାଟତୋଟା ସ୍ଥିତ ବୃନ୍ଦାବନ ହୋଟେଲ ମୁଖ୍ୟ ଦ୍ଵାର ସାଇଡ ରେ ବାହାରୁ ଆସି ଏକ ରୂପା ଗହଣା ବ୍ୟବସାୟିକ ପ୍ରତିଷ୍ଠାନ ” ଚାନ୍ଦିଭଣ୍ଡାର” ନାଁ ରେ କିଛି ଦିନ ହେବ ଖୋଲିଛି । କିନ୍ତୁ ସରକାରୀ ନିୟମ କୁ ଫୁ..କରି ଦିନ ବେଳା ଲଣ୍ଠନ ଦେଖାଇ ବେପାର କରୁଛି । ପାର୍କିଂ ବ୍ୟବସ୍ଥା କରାଯାଇନାହିଁ ତେଣୁ ପାର୍କିଂ ସ୍ଥଳ ନଥିବା ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ରାସ୍ତା ଅବରୋଧ ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଦୁର୍ଘଟଣା କୁ ଏଡ଼ାଇ ଦିଆ ଯାଇ ନ ପାରେ । ଦୋକାନ ପାହାଚ ଆଦି ଜବର ଦଖଲ ଯୋଗୁଁ ଅତୀତରେ ତାଳଚେର ପୌର ପରିଷଦ ଏହାକୁ ଉଚ୍ଛେଦ କରିଥିଲା କିନ୍ତୁ ପୁଣି ନିୟମ କୁ ଉଲଂଘନ କରି ତିଆରି କରାଯାଇ ଥିବା ଅନୁମେୟ । ସୂଚନା ଯୋଗ୍ୟ ଯେ, ହୋଟେଲ ବୃନ୍ଦାବନ ମଧ୍ୟ ସାମନା ରେ ଥିବା ସରକାରୀ ଜମି କୁ ଜବରଦଖଲ କରି ବ୍ୟବସାୟ ରେ ଲଗାଇ ଲାଭ ଉଠାଉ ଥିବା ଚର୍ଚ୍ଚା ହେଉଛି ତେବେ ଏହାର ବିଧିବଦ୍ଧ ତଦନ୍ତ ତଥା ମାପଚୁପ ହେବା ଦରକାର । ” ଚାନ୍ଦିଭଣ୍ଡାର” ରେ ମିଳୁଥିବା ଗହଣା ର ଯାଞ୍ଚ ହେବା ଦରକାର କାରଣ ହଲ୍ ମାର୍କ, ବି .ଆଇ. ଏସ ମାନକ ମାର୍କ ବହୁତ ଗହଣା ରେ ନାହିଁ । ବିଶେଷଜ୍ଞ ଙ୍କ ମତରେ ଆଜିକାଲି ଅନେକ ଦୋକାନୀ ଜର୍ମନ୍ ସିଲଭର କୁ ଚାନ୍ଦି କହି ଲୋକଙ୍କୁ ଠକୁଛନ୍ତି ତେଣୁ ଦେଖିଚାହି କିଣିବା କଥା । ” ଚାନ୍ଦିଭଣ୍ଡାର” ରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କ ସବିଶେଷ ବିବରଣୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଦାଖଲ ହୋଇ ନାହିଁ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ମୋଟେ ନାହିଁ ,ଏପରିକି ଫାୟାର ଶେଫ୍ଟି ସାର୍ଟିଫିକେଟ ମଧ୍ୟ ବୋଧେ ନାହିଁ । ବିନା ଫାୟାର ଶେଫ୍ଟି ,ପାର୍କିଂ, ତଥା ଅନ୍ୟାନ୍ୟ ଯାଞ୍ଚ ବିନା କେମିତି ପୌର ପରିଷଦ ଟ୍ରେଡ ଲାଇସେନ୍ସ ପ୍ରଦାନ କରୁଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ଅଟେ । ଖବର ମିଳେ ଯେ, ଦୋକାନ ଖୋଲାଯିବା ଦିନ କିଛି କଥା କୁହାଳିଆ ଙ୍କୁ କମ୍ କ୍ୟାରେଟ ଯୁକ୍ତ ରୂପା କଏନ ମାଗଣା ରେ ପ୍ରଦାନ କରି ବିଣ୍ଡା ଦେଇ ମୁହଁ ସିଲେଇ କରିଦିଆ ଯାଇଛି । ପୌର ପ୍ରଶାସନ ର କିଛି ଅଧିକାରୀ ଙ୍କୁ ଚଳନ୍ତି ଦେବତା ରୁପେ କାଚ ଫ୍ରେମ୍ ଯୁକ୍ତ ଚାନ୍ଦି ଘୋଡ଼ା ଗିଫ୍ଟ କରାଯାଇଛି । ହିଙ୍ଗୁଳା ପୀଠ ରେ କାର୍ଯ୍ୟ ସଫଳ ପାଇଁ ମାନସିକ ଧାରୀ ମାନେ ମାଟି ଘୋଡ଼ା ଦିଅନ୍ତି କିନ୍ତୁ ଏଠି କେଉଁ ଉଦ୍ଦେଶ୍ୟ ରଖି ରୂପା ଘୋଡ଼ା ଗିଫ୍ଟ ହୋଇଛି ତାହା ଆପଣ ମାନେ ଜାଣନ୍ତି । ଏସବୁ ଗ୍ରାହକ ଙ୍କ ଠାରୁ ଆଦାୟ ସୁନିଶ୍ଚିତ । ତେଣୁ ଜିନିଷ ର ଶୁଦ୍ଧତା କେତେ ପରିମାଣ ରେ ରହିବ ତାହା ଅନୁମେୟ । ଏହା ର ତଦନ୍ତ ନିହାତି ହେବା ଦରକାର ତେବେ ସତ୍ୟ ପଦାକୁ ଆସିବ । ଜାଗ ଗ୍ରାହକ ଜାଗ । ” କିଶ ପୁଣି ଦେଖା ନ ଯାଏ ମହିରେ ” ବୋଲି ଗୁଞ୍ଜରଣ ଶୁଭୁଛି । ଆଇନ୍ ର ଫାଙ୍କ ରେ ପକେଟ ଗରମ ସ୍କିମ୍ ଭଲ ଚାଲିଛି ବୋଲି ଚା,ପାନ ଦୋକାନ ରେ ଚର୍ଚ୍ଚା ହେଉଛି । ଏ ସବୁ ର ପ୍ରଶାସନିକ ତଦନ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦୃଢ ଦାବୀ ହେଉଛି ।