
ଅନୁଗୁଳ (ଦିଲୀପ କୁମାର ଚୋପଦାର , କଳିଙ୍ଗପ୍ରଭା ଟିଭି ) : ଉଚ୍ଚ ଶିକ୍ଷା ଆଗରେ ହାର ମାନିଛି ଭିନ୍ନକ୍ଷମତା l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରୋହିଲା ଗ୍ରାମରେ l ଅସିତ କୁମାର ସାହୁ ନାମକ ଏକ ଛାତ୍ର ଜଣେ ଭିନ୍ନକ୍ଷମ ସମ୍ପୂର୍ଣ ଭାବେ, ଗାଁ ହାଇସ୍କୁଲରେ ପଢି ଭଲ ନମ୍ବର ରଖି ଦଶମ ପାସ କରିଛନ୍ତି l ଉଚ୍ଚ ଶିକ୍ଷା ଅର୍ଥାତ କଲେଜରେ ପାଠ ପଢିବା ଆଗ୍ରହୀ ଜାଣି ପରିବାର ଲୋକେ ଅନଲାଇନରେ ଆବେଦନ କରିଥିଲେ ଏବଂ ପ୍ରଥମ କଟ ଅଫ ମାର୍କରେ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଚୟନ ହୋଇଛି l ଠିକ ଏହି କ୍ଷେତ୍ରରେ ବାଧକ ସାଜେ ଅର୍ଥ l ଅସିତ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଅବନୀକାନ୍ତ ସାହୁ ଙ୍କୁ ଅନୁରୋଧ କରିଥିଲେ କେମିତି ପାଠ ପଢ଼ିବି ଏବଂ ବଡ଼ ମଣିଷ ହେବି l ଅସିତ ପରବର୍ତୀ ସମୟରେ ଖାଦ୍ୟ କମିଶନଙ୍କ ବାସଗୃହ ଯାଇ ପରିବାର ନିଜର ଦୁଃଖ କୁ ଜଣାଇଥିଲେ l ଏହି ସଂକ୍ରାନ୍ତରେ ଶ୍ରୀ ସାହୁ ଖମାର କଲେଜର ପ୍ରିନସିପାଲ ସରୋଜ କୁମାର ପ୍ରଧାନ ଏବଂ ପାଲଲହଡା ଉପଜିଲ୍ଲାପାଳ ସୁଶାନ୍ତ ପତିଙ୍କୁ ସୁପାରିଶ କରିଥିଲେ ଯେ ଏହି ଭିନ୍ନକ୍ଷମ ଛାତ୍ରକୁ କେମିତି ରାଜ୍ୟ ସରକାରଙ୍କ ଦୃଷ୍ଟି କୋଣରୁ ମାଗଣା ନାମ ଲେଖାଇବା ସହ ପାଠ ପଢିବ। ପାଇଁ l ସମୟ କ୍ରମେ ଗୋଟିଏ ଦିନରେ ଅସିତର ନାମ ଲେଖା ମାଗଣା ହୋଇଗଲା ଏବଂ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ତଥା ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ ଅଧକ୍ଷ ଅବନୀକାନ୍ତ ସାହୁ ସ୍ୱତନ୍ତ୍ର ଭାବେ ଉପଜିଲ୍ଲାପାଳ ଏବଂ ପ୍ରିନସିପାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଶେଷରେ ଅସିତଙ୍କ ପାଠପଢ଼ା ଚଲାପଥ କୁସୁମିତ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି l