
ଅନୁଗୁଳ : (ଦିଲୀପ କୁମାର ଚୋପଦାର,କଳିଙ୍ଗପ୍ରଭା ଟିଭି ) : ବହୁ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଥିବା ବେଳେ ସମାକୋଇ ଚକ୍ରଧର ଡ୍ୟାମ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଅନୁମୋଦିତ ହୋଇଛି l ବିଗତ ୪ ଦଶନ୍ଧି ଧରି ଚକ୍ରଧର ପ୍ରକଳ୍ପ ନିର୍ମାଣ ପାଇଁ କଂଗ୍ରେସ ସରକାର ଠାରୁ ଆରମ୍ଭ ବିଜେଡି ସରକାର ସମୟରେ ଦାବୀ ହୋଇ ଆସୁଥିଲା l ଏହି ପ୍ରକଳ୍ପ ହେବା ଦ୍ଵାରା କେନ୍ଦୁଝର ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ହଜାର ହଜାର ଚାଷୀ ଉପକୃତ ହେବେ l ପୂର୍ବ ବିଜେଡି ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମୟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଠାରୁ ବୈଷୟିକ ମଞ୍ଜୁର ପ୍ରାପ୍ତ ହୋଇଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଜଙ୍ଗଲ ଅପସାରଣ ହୋଇଥିଲା l ପ୍ରକଳ୍ପର ଦୁଇଟି ଗ୍ରାମ କର ଦାଙ୍ଗି ଓ ସାପଲାଞ୍ଜି ପଲ୍ଲୀସଭା ପାଇଁ ସ୍ଥାନୀୟ ପ୍ରଶାସନକୁ ଆଲୋଚନା ହୋଇଥିଲା l ଏସବୁ କ୍ଷେତ୍ରରେ ପୂର୍ବତନ ରାଜ୍ୟ ସରକାରଙ୍କ ସହଯୋଗ, କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଏବଂ ବର୍ତମାନ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କରାଯାଇଛି ଏହି ପ୍ରକଳ୍ପ ଆରମ୍ଭକୁ l ଏହାର ପୂର୍ବ ସଂକ୍ରାନ୍ତରେ ପାଲଲହଡାର ବହୁ ଚର୍ଚ୍ଚିତ ସମାଜସେବା ସଂଗଠକ – ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନର ଅଧକ୍ଷ ଅବନୀକାନ୍ତ ସାହୁ ଗତ କେଇଁ ଦିନ ଆଗରୁ ଦିଲ୍ଲୀ ଯାଇ ଏହି ଫାଉଣ୍ଡେସନ ପକ୍ଷରୁ ସ୍ୱତନ୍ତ୍ର ଏହି ସମାକୋଇ ଚକ୍ରଧର ପ୍ରକଳ୍ପକୁ ନେଇ ଲିଖିତ ପ୍ରକାର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏହି ଚିଠି ଦେଇଥିଲେ l କିଛି ଦିନର ବ୍ୟବଧାନରେ ପରେ ଗତକାଲି ସମାକୋଇ ଚକ୍ରଧର ପ୍ରକଳ୍ପକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଅନୁମୋଦିତକରିଛନ୍ତି l ଏହି ଖୁସିର ଖବର ଜାଣି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା କରିଛନ୍ତି ପାଲଲହଡା ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ସମାଜସେବା ସଂଗଠକ ଶ୍ରଦ୍ଧା ସେବା ସହଯୋଗ ର ଅଧକ୍ଷ ଅବନୀକାନ୍ତ ସାହୁ l