
ଅନୁଗୁଳ (ଦିଲୀପ କୁମାର ଚୋପଦାର, କଳୀଙ୍ଗପ୍ରଭା ଟିଭି ) : ପାଲଲହଡ଼ା ଅଞ୍ଚଳର ଗୌରବ ବୋଲି ଲୋକେ କହୁଥିବା ଏମିତି ଏକ ସେବକ ଯିଏ ଦୁଃଖୀ, ରଙ୍କୀ ଙ୍କ ସେବା କୁ ଜୀବନର ବ୍ରତ ରୂପେ ଗ୍ରହଣ ପୂର୍ବକ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ସେବା ପ୍ରଦାନ କରିଛନ୍ତି ଏବଂ କରୁଛନ୍ତି । ସର୍ବୋପରି ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଅବନୀକାନ୍ତ ସାହୁ l ପାଲଲହଡା ନିର୍ବାଚନ ମଣ୍ଡଳୀରେ ବିଗତ ଦିନରୁ ରୋଗାକ୍ରାନ୍ତ ଏବଂ ହସ୍ପିଟାଲ ଯାଉଥିବା ରୋଗୀଙ୍କୁ କେମିତି ଭଲ ଚିକିତ୍ସା କରାଯାଉ ପାରିବ ଏ ଦିଗରେ ଗତ ୫ ବର୍ଷ ହେଲାଣି ଏଭଳି ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ଶ୍ରୀ ସାହୁ l ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ସେବା ତାଙ୍କର ମୂଳ ଲକ୍ଷ୍ୟ l ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଭୁବନେଶ୍ୱର ରେ ସର୍ବଦା ଅଫିସ କାମରେ ବ୍ୟସ୍ତ ରୁହନ୍ତି, ଏହି ବ୍ୟସ୍ତବହୁଳତା ଭିତରେ ହଠାତ ଖବର ପାଇଲେ ଯେ – ପାଲଲହଡା ବ୍ଲକର ଖମାର ଅନ୍ତର୍ଗତ ବଡ଼ସଡ଼ା ଗ୍ରାମର ସସ୍ମିତା ବେହେରା ନାମକ ଜଣେ ଭଉଣୀର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଡ଼ମିସନ ଥିବା ଜାଣି ନିଜ କାର୍ଯ୍ୟାଳୟ ତତକ୍ଷଣାତ ଅଫିସ କାମ ଛାଡି ଆଜି ସନ୍ଧ୍ୟା ସମୟରେ କିମ୍ସ ହସ୍ପିଟାଲ ଯାଇଥିଲେ ଏବଂ ହସ୍ପିଟାଲ ପହଂଚି ଭଉଣୀ ସସ୍ମିତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଏବଂ କେମିତି ସ୍ୱାସ୍ଥ୍ୟ ଜଲଦି ପୂର୍ବାବସ୍ଥାକୁ ଫେରି ଆସିବ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ଖାଦ୍ୟ ଆୟୋଗ ଅଧକ୍ଷ ଅବନୀକାନ୍ତ ସାହୁ ।